ସ୍ତ୍ରୀକୁ ମାରି ମୃତଦେହକୁ ବସ୍ତାରେ ସିଲେଇ କରି ରଖିଛି ସ୍ୱାମୀ

ପାଟଣା : ସ୍ତ୍ରୀକୁ ମାରି ମୃତଦେହକୁ ବସ୍ତାରେ ସିଲେଇ କରି ଘର ଭିତରେ ଚାବି ପକାଇ ରଖିଥିଲା ସ୍ୱାମୀ । ଏହା ଜାଣିବା ପରେ ସ୍ୱାମୀକୁ ହାତଗୋଡ଼ ବାନ୍ଧି ଅଟକ ରଖିଛନ୍ତି ଗ୍ରାମବାସୀ । ଏହିପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବାରିଆ ଥାନା ଷଡ଼ଙ୍ଗୀ ଗ୍ରାମରେ । ବାରିଆ ଥାନା ଷଡ଼ଙ୍ଗୀ ଗ୍ରାମରେ ପ୍ରଦୀପ ବେଣ୍ଟକାର ଓ ସ୍ତ୍ରୀ ବର୍ଷାଲି ବେଣ୍ଟକାର ମଧ୍ୟରେ ଗତକାଲି ରାତିରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ଏହା ପରେ ପ୍ରଦୀପ ସ୍ତ୍ରୀ ବର୍ଷାଲିଙ୍କୁ ମାଡ ମାରି ହତ୍ୟା କରିଥିଲା । ଏହି ଘଟଣାକୁ ଲୁଚାଇବା ପାଇଁ ପ୍ରଦୀପ ବସ୍ତାରେ ମୃତଦେହକୁ ପୁରାଇ ସିଲେଇ କରି ଘର ଭିତରେ ଚାବି ପକାଇ ରଖିଥିଲା । ତେବେ ଏହା ଗ୍ରାମବାସୀ ଜାଣିବା ପରେ ପ୍ରଦୀପଙ୍କୁ ହାତ ଗୋଡ ବାନ୍ଧି ଅଟକ ରଖିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.