centurian jitm

ରାମଚଣ୍ଡୀ ମନ୍ଦିରରେ ବାସନ୍ତିକ ମହୋତ୍ସବ ଅନୁଷ୍ଠିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଧାମ ନିକଟସ୍ଥ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପରିସରରେ ପବିତ୍ର ଚୈତ୍ର ପୂର୍ଣ୍ଣିମା ତିଥି ଅବସରରେ ବାସାନ୍ତିକ ମହୋତ୍ସବ ଶନିବାର ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶାଶହେ କୁଳ କୁଳିତା ସମାଜର ଭାଇଭଉଣୀ, ମାଆମାନେ ଯୋଗଦେଇ ୧୦୮ କଳସୀରେ ନୃସିଂହନାଥ ପବିତ୍ର ପାପନାଶିନୀ ଝରଣାରୁ ପବିତ୍ର ପାଣି କଳସୀରେ ଆଣି ପୂଜା କରି ଏକ ଶୋଭାଯାତ୍ରାରେ ରାମଚଣ୍ଡୀ ମନ୍ଦିରକୁ ଆସି କଳସ ସ୍ଥାପନା କରିଥିଲେ । ପୂଜାକତ୍‌ର୍ତା ଭାବେ ପରମାନନ୍ଦ ଭୋଇ ଓ ତାଙ୍କ ସହଧର୍ମିଣୀ ଅନିତା ଭୋଇ ଦାୟିତ୍ୱ ତୁଳାଇ ଥିବାବେଳେ ପଣ୍ଡିତ ମିତ୍ରଭାନୁ ଦେବତା, ମନ୍ଦିର ପୂଜକ ଉଦ୍ଧାବ ପ୍ରଧାନ ଓ ଲୁକୁ ଝାଙ୍କର ପୂଜାପାଠ, ହୋମଯଜ୍ଞ, କଳସ ସ୍ଥାପନ, ବିଲ୍ୱ ବରଣ, ଚଣ୍ଡୀପାଠ, ଦେବନିମନ୍ତ୍ରଣ ଓ ଯଜ୍ଞ ପୂର୍ଣ୍ଣାହୁତି ପ୍ରମୁଖ କାମ ରୀତିନୀତି ଅନୁସାରେ କରିଥିଲେ । ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନଭୋଗ ସେବନର ସୁବ୍ୟବସ୍ଥା କରାଯାଇଥିଲା । ଏଥିରେ ପୁରୁଷୋତ୍ତମ ପ୍ରଧାନ, ହାଡୁ ସାହୁ, ଚତୁର୍ଭୁଜ ସାହୁ, କର୍ମୁ ବିଶ୍ୱାଳ, ହେମନ୍ତ ପ୍ରଧାନ, ଲିଙ୍ଗ ପ୍ରଧାନ, ଦୀନବନ୍ଧୁ ସାହୁ, ଗୋପୀନାଥ ପ୍ରଧାନ ପ୍ରମୁଖ ସହଯୋଗ କରିଥିବା ବେଳେ ଯୁବକମାନଙ୍କର ସହଯୋଗ ପ୍ରଶଂସନୀୟ ଥିଲା ।

Leave A Reply

Your email address will not be published.