
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାସନ୍ତିକ ଦୁର୍ଗୋତ୍ସଵ ପାଇଁ ମାଁ ରାମଚଣ୍ଡୀ ପୀଠରେ ନବଦିନ ବ୍ୟାପୀ ଚଳିତ ବର୍ଷ ଭଳି ଏ ବର୍ଷ ମଧ୍ୟ ଖୁବ୍ ଚଳଚଞ୍ଚଳ ହୋଇ ଉଠିଥିଲା । ଚୈତ୍ର ମାସରେ ଦେବୀ ପୀଠରେ ପାଳିତ ହେଉଥିବା ନବରାତ୍ରୀ ପୂଜାକୁ ବାସନ୍ତିକ ଦୁର୍ଗୋତ୍ସବ କୁହାଯାଏ । ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ଯାହାକି ଗଞ୍ଜାମ ବ୍ଲକ ନୀଳାଦ୍ରୀପୁର ଠାରେ ଅବସ୍ଥିତ ଥିବା ପ୍ରସିଦ୍ଧ ଶକ୍ତିପୀଠ ମାଁ ରାମଚଣ୍ଡୀଙ୍କ ପୀଠରେ ପାଳିତ ହୋଇ ଆସିଥିବା ପାରମ୍ପରୀକ ରୀତିନୀତି ଅନୁସାରେ ଅନୁଷ୍ଠିତ ବାସନ୍ତିକ ଦୁର୍ଗୋତ୍ସଵ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇ ସମାହୀତ ହୋଇଯାଇଛି । ପବିତ୍ର ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଅଶୋକାଷ୍ଟମୀରେ ସ୍ଵତନ୍ତ୍ର ନୀତିରେ ଦେବୀଙ୍କୁ ପୂଜାର୍ଚ୍ଚନା ହୋଇଥିଲା । ଅଶୋକାଷ୍ଟମୀ ଦିନ ଅଶୋକ ଫୁଲକୁ ବିଭିନ୍ନ ପୂଜାର୍ଚ୍ଚନାରେ ଦେବୀଙ୍କୁ ଅଭିଷିକ୍ତ ହେବାପରେ ନୈବେଦ୍ୟରେ ମଧ୍ୟ ବ୍ରାହ୍ମଣ ବୈଷ୍ଣବ ମାନେ ଅଶୋକ ଫୁଲକୁ ବ୍ୟବହାର କରାଯାଏ ଯାହା ଦ୍ଵାରା ଭକ୍ତି ଏବଂ ଦୁଃଖର ନିବାରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ର ରାବଣଙ୍କୁ ନିହତ କରିଥିଲେ । ଯୁଦ୍ଧଶେଷ ପୂର୍ବରୁ ଦେବୀ ଶକ୍ତିଙ୍କୁ ପ୍ରୀତ କରିବା ପାଇଁ ଏହି ଦିନରେ ଅର୍ଥାତ ଚୈତ୍ର ଶୁକ୍ଳପକ୍ଷ ଅଷ୍ଟମୀ, ଅଶୋକାଷ୍ଟମୀରେ ଅଶୋକ ଫୁଲକୁ ବ୍ୟବହାର କରି ପୂଜାର୍ଚ୍ଚନା କରିଥିଲେ । ସମସ୍ତ ବାଧାବିଘ୍ନକୁ ଦୂର କରିବା ପାଇଁ ଦେଵୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଅଶୋକାଷ୍ଟମୀ ଦିନ ଅଶୋକ ଫୁଲର ସଦ୍ ବ୍ୟବହାର କରାଯାଏ । ଏହା ସ୍ଥିରତା, ଦିବ୍ୟ ସୁରକ୍ଷା ଏବଂ ପ୍ରତିକୂଳତା ଉପରେ ବିଜୟଲାଭ ସହିତ ଏକ ଗଭୀର ସମ୍ପର୍କ ବହନ କରେ । ତେଣୁ ଅଶୋକ ଫୁଲ ମାଁଙ୍କ ପ୍ରିୟ ଫୁଲ ବୋଲି ବିବେଚନା କରାଯାଏ । ତହିଁ ଆରଦିନ ପବିତ୍ର ଶ୍ରୀରାମନବମୀ ଦିନ ସକାଳୁ ସକାଳୁ ଦେବୀଙ୍କ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା । ନବରାତ୍ରୀ ପୂଜାର ପ୍ରାରମ୍ଭ ଦିଵସରୁ ଶ୍ରୀରାମ ନବମୀ ଦିନ ପର୍ଯ୍ୟନ୍ତ ଦେବୀଙ୍କ ସ୍ଵତନ୍ତ୍ର ନିତିକାନ୍ତି, ବିଧିବଦ୍ଧ ପୂଜାର୍ଚ୍ଚନା, ହୋମ-ଆହୂତି, ଦେବୀଙ୍କ ଦୈନିକ ବେଶ ଧାରଣ କରି ଅଗଣିତ ଭକ୍ତଜନଙ୍କୁ ଦେବୀ ଦର୍ଶନ ଦେଇଥିଲେ । ପବିତ୍ର ଶ୍ରୀରାମନବମୀ ଦିନ ଦେବୀ ଶ୍ରୀ ହରଚଣ୍ଡୀ, ଜୟଚଣ୍ଡୀ ଓ ରାମଚଣ୍ଡୀ ନାମେ ଏଠାରେ ପୂଜିତ ହୁଅନ୍ତି । ରାମ ନବମୀ ଦିନ ମାଁ ରାମଚଣ୍ଡୀପୀଠରେ ଏକ ନିଆରା ପରମ୍ପରା ସମ୍ଭାର ଏକ ଅନୁପମ ବେଶରେ ସୁସଜ୍ଜିତ ହୋଇ ଭକ୍ତଜନଙ୍କୁ ଦର୍ଶନ ଦେଇ ଶ୍ରଦ୍ଧାଳୁଙ୍କ ଶୁଭ ମନାସୀଥାନ୍ତି । ସେଥି ପାଇଁ ଅଗଣିତ ଭକ୍ତଜନଙ୍କ ଗହଳି ହୋଇଥାଏ । ଦେବୀଙ୍କ ଠାରେ ପୂଜାର୍ଚ୍ଚନା ଲାଗି ଭକ୍ତଗଣ ମାନସିକ ପୂରଣ କରିବା ନେଇ ଏଠାକୁ ଆସିଥାନ୍ତି ବୋଲି କୁହାଯାଏ । ଏହି ପୂଜା ପୀଠ ପୁରୋହିତ ରତ୍ନପଣ୍ଡିତ ନବକୃଷ୍ଣ ଆଚାର୍ଯ୍ୟ ଓ ସ୍ଥପତି ପଣ୍ଡିତ ଶ୍ରୀ ବିଜୟ କୁମାର ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥାଏ । ଅନ୍ୟ ମାନଙ୍କ ମଧ୍ୟରେ ପଣ୍ଡିତ ରାମକୃଷ୍ଣ ଶତପଥୀ, ପଣ୍ଡିତ ରାକେଶ କୁମାର ମିଶ୍ର, ପଣ୍ଡିତ ଆଦିତ୍ୟ ନନ୍ଦ, ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଲ ପଣ୍ଡା, ଜୋତିର୍ବିଦ ଦୀପକ ଦାସ, ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର ଓ ପୂଜା କମିଟିର ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ,ପୁରୀ) ସମସ୍ତ ସଦସ୍ୟ, ମନ୍ଦିର କମିଟୀ ମ୍ୟାନେଜର ସନ୍ତୋଷ ପଣ୍ଡା, ଯୋଗେନ୍ଦ୍ର ପଣ୍ଡା ଓ ରାମବାବୁ ପ୍ରମୁଖ ସହଯୋଗ କରିଥାନ୍ତି ।