ବାସନ୍ତୀ ପାଠାଗାରର ୩୬ତମ ବାର୍ଷିକୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ୩୬ତମ ବାର୍ଷିକୋତ୍ସବ କୋଭିଡ ଗାଇଡ୍ ଲାଇନ ଅନୁଯାୟୀ ପାଠାଗାରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର କୃପାସିନ୍ଧୁ ନାୟକ ମୁଖ୍ୟ ଅତିଥି, ସାମ୍ବାଦିକ ନରହରି ଦାସ ସମ୍ମାନିତ ଅତିଥି ଓ ପ୍ରଫେସର ଗିରିଜା ଶଙ୍କର ଗୋସ୍ୱାମୀ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ କହିଥିଲେ ଯେ ପାଠାଗାର ଗୋଟିଏ ଦେଶ ଓ ଜାତିର ଇତିହାସକୁ ସୁରକ୍ଷିତ ରଖିଥାଏ । ସେହିପରି ପୁସ୍ତକ ସମସ୍ତଙ୍କ ଉତ୍ତମ ବଂଧୁ ସଦୃଶ୍ୟ । ସଂପ୍ରତି ଭାରତବର୍ଷ ତଥା ବିଶ୍ଵରେ ପାଠାଗାର ଆନ୍ଦୋଳନର ସମୟ ଆସି ପହଞ୍ଚିଛି । ପୁସ୍ତକର ସ୍ଥାନ କୌଣସି ସୋସିଆଲ୍ ମିଡ଼ିଆ ବା କମ୍ପ୍ୟୁଟର ନେଇପାରିବ ନାହିଁ । ଏହା ସହ ପ୍ରସ୍ତର ଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଠାଗାରର କ୍ରମବିକାଶ ସଂପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଡାକ୍ତର ଶ୍ରୀ ନାୟକ ବଦଳିବାର ବେଳେ-୨୦ କବିତା ପାଠ କରିଥିଲେ । ଏହି ଅବସରରେ ବିଶିଷ୍ଟ କ୍ରୀଡାବିତ୍ ତଥା ସମାଜସେବୀ ଅରବିନ୍ଦ ପାତ୍ରଙ୍କୁ ତାଙ୍କର ସଫଳତା ପାଇଁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ସଭାପତିତ୍ୱ କରୁଥିବା ଶ୍ରୀ ବେହେରା ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଶ୍ରୀ ଆଚାର୍ଯ୍ୟ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରାରମ୍ଭରେ ଗୁରୁ ଫକୀର ଚରଣ ପତି ଓ ତାଙ୍କ ଛାତ୍ରୀ ସୁଶ୍ରୀ ଶୁଭ୍ରାଲିତା ଜେନା ସ୍ୱାଗତ ସଂଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସହସଂପାଦକ ଅଜୟ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁବାସ ଚନ୍ଦ୍ର ମହାପାତ୍ର, ପ୍ରତାପ କୁମାର ରାୟ, ବିଜୟ ବରାଳ, ପ୍ରକାଶ ଚନ୍ଦ୍ର ପାଢୀ, ସରୋଜ ପାତ୍ର, କୁଳମଣି ଦାସ, ଶରତଚନ୍ଦ୍ର ରାଉତ, ଶରତ କୁମାର ସ୍ୱାଇଁ, ଗଦାଧର ରଥ, ହରିହର ଶତପଥୀ, କବିତା ଦାଶ, ସୁବାଷିନୀ ସାହୁ, ସପନ କୁମାର ପଣ୍ଡା, ଭୁବନାନନ୍ଦ ପ୍ରଧାନ, ମନୋଜ ବିଶୋଇ, କିଶୋରୀ ମୋହନ କର, ପ୍ରସନ୍ନ କୁମାର ସାବତ, ସୁମନ୍ତ ସିଂହ, ସଞ୍ଜୟ କୁମାର ମିଶ୍ର, ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.