oom

ବାସନ୍ତୀ ପାଠାଗାରର ଗୁରୁଦିବସ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଏକ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ବାସନ୍ତୀ ପାଠାଗାରରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଅଛି । ସଭା ପ୍ରାରମ୍ଭରେ ଭାରତର ପ୍ରଥମ ଉପ ରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପାଠାଗାରର ସଦସ୍ୟା ସୁମିତା ସ୍ୱାଇଁଙ୍କ ମନ୍ତ୍ର ଉଚ୍ଚାରଣରେ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପାଠାଗାର ସଭାପତି ଡ଼ଃ. ଶକ୍ତି ପ୍ରସାଦ ସାମନ୍ତରାୟଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆବାହକତ୍ୱରେ ଗୁରୁଦିବସ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ ସମ୍ପାଦିକା ସୁବାସିନୀ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି ଗୁରୁଦିବସ କମ୍ପ୍ୟୁଟର ଶିକ୍ଷୟତ୍ରୀ ସୁଧାମୟୀ ପାଣିଗ୍ରାହୀ ଗୁରୁବନ୍ଦନା ଗାନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାପତି ଶ୍ରୀ ସାମନ୍ତରାୟ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣାନ ଏକା ଧାରାରେ ସେ ଜଣେ ରାଜନିତୀଜ୍ଞ, ଦାର୍ଶନିକ, ପ୍ରଶିକ୍ଷକ ଏବଂ ସର୍ବୋପରି ଜଣେ ଆଦର୍ଶ ଶିକ୍ଷକ ଥିଲେ ବୋଲି ତାଙ୍କ ବକ୍ତବ୍ୟ କହିଥିଲେ । ଅନ୍ୟତମ ବକ୍ତାଭାବରେ କାର୍ଯ୍ୟକାରୀ ସଭାପତି ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ ଗୁରୁଶିଷ୍ୟ ପରମ୍ପରା ଓ ପବିତ୍ର ସମ୍ପର୍କ ବିଷୟରେ ଅତୀତ ଓ ବର୍ତ୍ତମାନ ଉପରେ ଆଲୋକପାତ କରି ଏହି ଗୁରୁଦିବସ ପାଳନ କିପରି ତାତ୍ପର୍ଯ୍ୟପୂର୍ଣ୍ଣ ବର୍ଣ୍ଣନା କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ପ୍ରଧାନ ଆଗାମୀ ବର୍ଷମାନଙ୍କରେ ପାଠାଗାରରେ ଏହି ଗୁରୁଦିବସ ଆହୁରି ବିସ୍ତାର ଭାବରେ ପାଳନ କରିବାକୁ ମତବ୍ୟକ୍ତ ସହ ସମସ୍ତ ସଭ୍ୟସଭ୍ୟାମାନଙ୍କ ସହଯୋଗ କାମନା କରିଥିଲେ । ଅନ୍ତିମରେ ଶେଷବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ବିଜୟ କୁମାର ସାହୁ ଡଃ. ରାଧାକ୍ରିଷ୍ଣାନଙ୍କ ଜୀବନ ଧାରା ଉପରେ ଆଧାରିତ ବିଶେଷ ଶିକ୍ଷଣୀୟ ବିଷୟବସ୍ତୁ ପ୍ରଦାନ କରିଥିଲେ । ଏହି ପବିତ୍ର ଗୁରୁଦିବସ ଅବସରରେ ପାଠାଗାରର କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷୟିତ୍ରୀ ସୁଧାମୟୀ ପାଣିଗ୍ରାହୀଙ୍କୁ ପାଠାଗାର ତରଫରୁ ଉପଢ଼ୌକନ, ବୃକ୍ଷଚାରା ଓ ପୁସ୍ତକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ନିଶୁଳ୍କ କମ୍ପୁଟର ଶିକ୍ଷା ଲାଭ କରିଥିବା ଶିକ୍ଷାର୍ଥୀମାନେ ମଧ୍ୟ ତାଙ୍କ ଗୁରୁଙ୍କୁ ଏକ ବିଶେଷ ଉପହାର ଦେଇ ସମ୍ମାନିତ କରିଥିଲେ । ଏଇ ପବିତ୍ର କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାରେ ପାଠାଗାରର ସର୍ବଶ୍ରୀ ଶରତ ଚନ୍ଦ୍ର ରାଉତ, ଅରବିନ୍ଦ ପାତ୍ର, ପ୍ରକାଶ ଚନ୍ଦ୍ର ପାଢୀ, ବସନ୍ତ କୁମାର ମହାରଣା, ଶ୍ରୀକାନ୍ତ ପାଣିଗ୍ରାହୀ, କୁଳମଣି ଦାସ, ବିକାଶ ବାନାର୍ଜୀ, ଗୀତାଞ୍ଜଳି ମହାରଣା, ଚିନ୍ମୟୀ ହୋତା, ପ୍ରିୟା ପାତ୍ର, ସୌଦାମିନୀ ମିଶ୍ର, ନିରୁପମା ଚାନ୍ଦ, ଅନୁଷ୍କା ପଣ୍ଡା, ସୁଚେତା ସ୍ୱାତୀ ପ୍ରଧାନ, ସୁଜାତା ଦାଶ, ଅନୁପମା ମହାନ୍ତ, ମିରା ସାହୁ, ସୁସ୍ମିତା ଦିକ୍ଷୀତ, ସୁଦ୍ଧାମୟୀ ପତି, ସ୍ତିପତି, ସସ୍ମିତା ମହାନ୍ତି, ବବିଲତା ନାୟକ, ସୁଭଦ୍ରା ରଶ୍ମି ପାଢୀ, ସୁମନ୍ତ କୁମାର ପତି ପ୍ରଭୁତି ସଭ୍ୟମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ସଭା ଶେଷରେ ପାଠାଗାର ଉପ ସଭାପତି ବିଭୁଦତ୍ତ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.