ଆସନ୍ତା କାଲି ବିବାହ କରିବେ ବଲିଉଡ୍‌ ଅଭିନେତା ବରୁଣ ଧାୱନ

ମୁମ୍ବାଇ : ଆସନ୍ତାକାଲି ମହାରାଷ୍ଟ୍ର ଆଲିବାଗ୍‌ସ୍ଥିତ ‘ନ ମେନସନ୍ ହାଉସ’ରେ ହାତକୁ ଦି’ ହାତ ହେବେ ବଲିଉଡ ଅଭିନେତା ବରୁଣ ଧଓ୍ୱାନ । ପିଲାଦିନ ବାନ୍ଧବୀ ନତାଶା ଦଲାଲଙ୍କୁ ଜୀବନ ସାଥୀ କରିବେ ବରୁଣ । ବରୁଣ ଓ ନତାଶା ପରସ୍ପରଙ୍କୁ ସ୍କୁଲ ସମୟରୁ ଜାଣିଛନ୍ତି । ସ୍କୁଲ ସରିବା ପରେ ବହୁ ବର୍ଷର ବ୍ୟବଧାନ ପରେ ଉଭୟ ଏକ ମ୍ୟୁଜିକ କନସର୍ଟରେ ଭେଟ ହୋଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ବାହାଘରରେ ବଲିଉଡର ବହୁ କଳାକାର ଅତିଥି ଭାବେ ଯୋଗ ଦେବାନେଇ ଚର୍ଚ୍ଚା ଜୋରଧରିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.