oom

ରାଜବୋଡାସମ୍ବର ଫଟୋଗ୍ରାଫର୍ସ ଆସୋସିଏସନ୍‌ର ବାର୍ଷିକୋତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପ ପରିସରରେ ରାଜବୋଡାସମ୍ବର ଫଟୋଗ୍ରାଫର୍ସ ଆସୋସିଏସନ୍ ତାର ୬ଷ୍ଠ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ନାଟ୍ୟକାର ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଫଟୋଗ୍ରାଫି ମହାସଂଘ ଓଡ଼ିଶାର ସଭାପତି ଅତୁଲ ସଂଘଭି, ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, ଶିଶିର କୁମାର ନାଏକ, ଶିଶିର କର, ଯଶୋବନ୍ତ ନାରାୟଣ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ପ୍ରଫେସର କେଶ ରଞ୍ଜନ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଅତିତ ଏବଂ ବର୍ତ୍ତମାନର ଫଟୋଗ୍ରାଫିକ ସମ୍ପର୍କରେ ବିଶଦ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀ ସଂଘଭି ମା’ ସମଲେଇଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଆସୋସିଏସନ୍‌ର ସଭାପତି ସୁବାସ ଚନ୍ଦ୍ର ଚୋପଦାର ସ୍ୱାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ, ସଂପାଦକ ତ୍ରିବିକ୍ରମ ପ୍ରଧାନ ବିବରଣୀ ପଠନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଫଟୋଗ୍ରାଫର ସତ୍ୟରାମ ମେହେର, ଶିଶିର କର ଓ ସଚିତାନନ୍ଦ ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏ ପରିପ୍ରେକ୍ଷୀରେ ସରକାରୀ ବାଳିକା ହାଇସ୍କୁଲ ଶେଷରେ ସୁଶ୍ରୀ ବିନିସ୍ମିତା ପଣ୍ଡାଙ୍କ ସଂଯୋଜନାରେ ପୁରୀରୁ ଆସିଥିବା ଗୋଟି ପୁଅ ନୃତ୍ୟ ଦଳ ଓ ବଲାଙ୍ଗିରରୁ ଆସିଥିବା ରୁମ୍‌କୁଝୁମା ସାଂସ୍କୃତିକ ଦଳ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ସହ ସମ୍ପାଦକ ସୁନିଲ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.