jayashree

ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୬ତମ ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ବାସନ୍ତୀ ପାଠାଗାର ଯୋଗ ପ୍ରଶିକ୍ଷଣ କେନ୍ଦ୍ରର ୧୬ତମ ବାର୍ଷିକୋତ୍ସବ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଂପାଦକ ତଥା ଯୋଗଗୁରୁ ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶାର ସହପ୍ରଭାରୀ ଯୋଗ ପ୍ରଶିକ୍ଷକ ଅକୃର ମାର୍ଥା ଓ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ ଯୋଗର ଆବଶ୍ୟକତା ଓ ଶରୀର ସୁସ୍ଥ ପାଇଁ କିପରି ଫଳପ୍ରଦ ସେ ସଂପର୍କରେ ଆଲୋଚନା କରିଥିଲେ । ଅତିଥି ଦ୍ୱୟ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ସଂସାର ସୃଷ୍ଟିରୁ ଯୋଗ ଆରମ୍ଭ । ବ୍ରହ୍ମା ହେଉଛନ୍ତି ଯୋଗର ପ୍ରବକ୍ତା । ଆଦିଗୁରୁ ହେଲେ ଶିବ । ଯୋଗ ଦ୍ୱାରା କେବଳ ଶରୀର ସୁସ୍ଥ ନୁହେଁ ମାନସିକ ଅବସାଦ ଦୂର ହେବା ସହ ମଣିଷ ଦୀର୍ଘାୟୁ ହୋଇଥାଏ । ଏଥିପାଇଁ ନିୟମିତ ଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ପ୍ରାରମ୍ଭରେ ଶ୍ରୀ ଆଚାର୍ଯ୍ୟ ଯୋଗର ଉପାଦେୟତା ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁବାସିନୀ ସାହୁ, ପ୍ରିୟା ପାତ୍ର, ସଂଯୁକ୍ତା ଦାସ, କବିତା ଦାସ, ନନ୍ଦିନୀ, ମୀନତି ପଟ୍ଟନାୟକ, ପୁତୁଲ ଡୋଗ୍ରା, ନିରୁପମା ଚାନ୍ଦ, ଶଶିରେଖା ବେହେରା, ଚିତ୍ତରଞ୍ଜନ ଦାସ, ତାପସ ସାହା, ବିଷ୍ଣୁଚରଣ ସାହୁ, ସ୍ୱର୍ଣ୍ଣଲତା ଘଡେଇ, ଭାନୁଲତା ଘଡେଇ, କମଳାକାନ୍ତ ମହାନ୍ତି, କମଳା ଆଚାର୍ଯ୍ୟ, ବସନ୍ତ ମହାରଣା, ଗଦାଧର ଦାସ, ଶରତଚନ୍ଦ୍ର ରାଉତ, ଅମୂଲ୍ୟ ପ୍ରସାଦ ବେହେରା, ବିବେକ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଅରବିନ୍ଦ ପଣ୍ଡା ଯଜ୍ଞ କରିଥିବା ବେଳେ ଶେଷରେ ସଂପାଦକ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.