oom

ରାଉରକେଲା ସାହିତ୍ୟ ସଂସଦର ପ୍ରଥମ ବାର୍ଷିକୋତ୍ସବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦର ପ୍ରଥମ ବାର୍ଷିକୋତ୍ସବ ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଅନିଲ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବରେ ପ୍ରାଧ୍ୟାପକ ଡ.ଅଶ୍ୱିନୀ କୁମାର ରାୟ ଆଲୋଚ୍ୟ ବିଷୟ ଓଡ଼ିଆ ଭାଷା ସାହିତ୍ୟ ଓ ପ୍ରାଥମିକ ଶିକ୍ଷା ସମ୍ପର୍କରେ କହିଲେ ଯେ, ସୃଜନଶୀଳତା ଅମୃତ ଉଚ୍ଛାସ ଓ ମଧୁମୟ ପ୍ରୀତିର ଅମଳିନ ଉତ୍ସ ହେଉଛି ରାଉରକେଲା ସାହ୍ୟି ସଂସଦ । ଜଗନ୍ନାଥ ସଂସ୍କୃତି ଓ ନୀତିକାନ୍ତିରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତିର ଅପୂର୍ବ ସମଦ୍ୱୟ ଓ ମହାମିଳନ ଘଟିଛି । ଏ ଜାତିର, ମାନବିକତାର ମନ୍ତ୍ର ଗାଉଛି ଯୁଗେ ଯୁଗେ । ଏ ଓଡିଆ ଜାତି, ପୁରାତନ କବି ଲେଖକ ମାନଙ୍କର ପ୍ରାଚୀନ ଗ୍ରନ୍ଥାବଳୀ ଥିଲା ଏ ଜାତିକୁ ଦ୍ୱତନ୍ତ୍ର ରାଜ୍ୟ ଗଠନ କରିବାର ଆମୋଘ ଅସ୍ତ୍ର ଓ ମୁଳମନ୍ତ୍ର । ଆଜିର ପିଲାମାନେ ସେହି ମନ୍ତ୍ରରେ ମନ୍ତ୍ରୀତ ହୋଇ ପାରିଲେ ଆମ ସାହିତ୍ୟ ସଂସ୍କୃତି ସୁଦୂର ପ୍ରସାରୀ ହୋଇ ପାରିବ । ମୁଖ୍ୟଅତିଥି ଭାବେ ଯୋଗଦାନ କରି ଆଇଆଇପିଏମର ନିର୍ଦ୍ଦେଶକ ପ୍ରଫେସର୍ ଡ. କପିଳେଶ୍ୱର ମିଶ୍ର କହିଲେ ପ୍ରାଥମିକ ସ୍ତରରୁ ଯଦି ପିଲାମାନଙ୍କୁ ଆମ ଭାଷା ସାହିତ୍ୟ ସଂସ୍କୃତିକୁ ଶୁଦ୍ଧ ଓ ସରଳ ଭାଷାରେ କିମ୍ବା ପଞ୍ଚତନ୍ତ୍ରର ଗପ ଭଳି ବୁଝାଇ ଦିଆଯିବ ସେମାନେ ଆମ ଭଷାକୁ, ଆମ ସଂସ୍କୃତିକୁ ନିଶ୍ଚିତ ଭଲପାଇବେ । ସାହିତ୍ୟ ସମାଜ ଗଠନର ଆଧାର । ସରସ୍ଵତୀଙ୍କ ଆଶୀର୍ବାଦ ରହିଲେ ସାହିତ୍ୟ ପରିପୃଷ୍ଟ ହୁଏ । ସଂସଦର ସଂପାଦକ ବିଜୟ କୁମାର ସାହୁ ବାର୍ଷିକ ବିବରଣୀ ସହ ରାଉରକେଲା ସାହିତ୍ୟ ସଂସଦର ଆଭିମୁଖ୍ୟ ଓ ଏହା ଅନ୍ୟ ସମସ୍ତ ଅନୁଷ୍ଠାନ ଠାରୁ କିପରି ସ୍ୱତନ୍ତ୍ର ତାହା ଦର୍ଶାଇଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଓ ମୁକ୍ୟ ଅତିଥିଙ୍କୁ ରାଉରକେଲା ସାରସ୍ୱତ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ ସ୍କୁଲର ୨୧ ଜଣ ପିଲାଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ନମ୍ରତା ଡ଼୍ୟନ୍ସ ଏକାଡେମୀ ,ଅନେ୍‌ନ୍ୱଷା ଡ଼୍ୟନ୍ସ ଏକାଡେମୀ,ସାଧନା ଡ଼୍ୟନ୍ସ ଗ୍ରପ୍‌ପ୍ର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଗୁରୁ ଗ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥିଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ସଂସଦର ଉପସଭାପତି ରମେଶ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ କବିତା ଆସର ଆୟୋଜନ କରାଯାଇଥିଲା । ଏଥିରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ନ୍ର ଉପସଭାପତି ତଥା କବି କୁଞ୍ଜ ବିହାରୀ ରାଉତ ସମ୍ମାନୀତ ଅତିଥି ଓ ସଂଯୋଜିକା ଭାବରେ କବୀ ସୁଚିସ୍ମିତା ପଣ୍ଡା, କବୀ ନିରୁପମା ନାୟକ ,କବୀ ସୁଚିତ୍ରା ଲେଙ୍କା କବିତା ଗୁଡ଼ିକୁ ସଂଯୋଜନା କରିଥିଲେ । କବି ପଞ୍ଚାନନ ସାହୁ, ସୁସ୍ମିତା ମହାପାତ୍ର , ପ୍ରଶାନ୍ତ କୁମାର ପତି, ବସନ୍ତ ବିଶଵକର୍ମା, ସତ୍ୟବ୍ରତ ଦାସ, ଶଙ୍କରୀ ବାରିକ, ତପସ୍ୱିନୀ ଜେନା, ସୁଶାନ୍ତ କୁମାର ନାୟକ, କୁଞ୍ଜବିହାରୀ ରାଉତ, ବିଜୟ କୁମାର ମହାପାତ୍ର, ସୁଚିତ୍ରା ଲେଙ୍କା, ସୁଚିସ୍ମିତା ପଣ୍ଡା, ନିରୁପମା ନାୟକ ପ୍ରମୁଖ କବି ସ୍ୱରଚିତ କବିତା ପାଠ କରଥିଲେ । ଅନ୍ୟମାନଙ୍କ ମଦ୍ୟରେ ବାଳକ୍ରୁଷ୍ଣ ସ୍ୱାଇଁ,ସୂର୍ଯ୍ୟମଣୀ ପଣ୍ଡା, ନିତ୍ୟାନନ୍ଦ ବିଶ୍ୱାଳ, ବିମ୍ବାଧର ପାଢି ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁଚିତ୍ରା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.