ପୂର୍ଣ୍ଣା ସ୍କୁଲର ବାର୍ଷିକୋତ୍ସବ

  • କଠିନ ପରିଶ୍ରମ ହିଁ ଭାଗ୍ୟ ପରିବର୍ତ୍ତନ କରିପାରେ

ବରଗଡ, (ନିରୋଜ କୁମାର ପାଣୀ) : ଵରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଜାରିଂ କ୍ଲଷ୍ଟର ଅନ୍ତର୍ଗତ ପୂର୍ଣ୍ଣା ସରକାରୀ ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ଶିକ୍ଷକ ଅଭିରାମ ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ଵିନୋଦ କୁମାର ତନ୍ତୀଙ୍କ ଅଧ୍ୟକ୍ଷତାରେ ସିଆରସିସି ରାଜେଶ୍ଵର ବେହେରା, ପ୍ରଧାନଶିକ୍ଷକ ଦ୍ୱୟ ଭାଦ୍ରବ ପାଣ୍ଡେ ଓ ଗହକିଲାଲ ନାଏକ, ସ୍କୁଲ ଚେୟାରମେନ କୃଷ୍ଣ ଚନ୍ଦ୍ର ସାହୁ, ସାମାଜିକକର୍ମୀ ରୋହିତ ପଧାନ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ । ଦୃଢ ଆତ୍ମବିଶ୍ୱାସ ସହ କଠିନ ପରିଶ୍ରମ କଲେ ନିଶ୍ଚିତ ଭାବେ ଭାଗ୍ୟ ପରିବର୍ତ୍ତନ ହୋଇପାରିବ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ଏହି ଅବସରରେ ଶିକ୍ଷକ ବିକାଶ ଚନ୍ଦ୍ର ଗଡତିଆ, ରତ୍ନ ସାହୁ, ସାମାଜିକର୍ମୀ ପଙ୍କଜିନୀ ଦନ୍ତାଙ୍କ ସମେତ ସ୍କୁଲ ପରିଚାଳନା କମିଟି ସଦସ୍ୟ ସଦସ୍ୟା ମାନଙ୍କୁ ସମ୍ମାନୀତ କରାଯାଇଥିଲା । ସ୍କୁଲର ଛାତ୍ରୀଗଣ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ସଵିତା ଭୋଇ ସଭାକୁ ପରିଚାଳନା କରିଥିଲେ । ପରେ ଛାତ୍ରୀଛାତ୍ରମାନଙ୍କ ର୍ଯ୍ୟାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ବାବଲୁ ପଧାନ, ଅରକ୍ଷିତ ସାହୁ, କେଶଵ ସେଠ, ସୁଲତାନ ପଧାନ, ନିରଞ୍ଜନ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.