ଟିଟିଲାଗଡ଼ ଏସସିଡି ସେଣ୍ଟରରେ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବ୍ଲକ ସ୍ତରୀୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ସଶକ୍ତିତ୍ରୀକରଣ ବିଭାଗ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଟିଟିଲାଗଡ଼ ଏସସିଡି ସେଣ୍ଟରରେ ସମ୍ପାଦକ ଜ୍ୟୋତିରଞ୍ଜନ ପାଇକଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର ଏବଂ ଏସସିଡି ସେଣ୍ଟରର ଡାଇରେକ୍ଟର ମୋହିତ ମୋହନ ଦାସ, ବୋର୍ଡ ସଦସ୍ୟ ମାନଙ୍କ ଉପସ୍ଥିତିରେ ଦ୍ଵିପ ପ୍ରଜ୍ୱଳନ କରି କ୍ରୀଡା ପତାକା ଉତ୍ତୋଳନ କରି ଖେଳ ଆରମ୍ଭ କରାଯାଇଥିଲା । ଏହି ପ୍ରତିଯୋଗିତାରେ ୩୦ ରୁ ଉର୍ଦ୍ଧ୍ବ ଖେଳରେ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଆସନ୍ତା କାଲି ଏହାର ଉଦ୍‌ଯାପନୀ ହେବ ତଥା ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସମ୍ପାଦକ ସୂଚନା ଦେଇଛନ୍ତି । ଖେଳ ପରିଚାଳନା କରିବା ପାଇଁ ସେଣ୍ଟରର ଖେଳ ଶିକ୍ଷକ ମାନସ ରଞ୍ଜନ ଦଳ ବେହେରା, ସ୍ନିଗ୍ଧା ରାଣୀ ହନୁମାନ, ସାଂସ୍କୃତିକ ପ୍ରତିଯୋଗିତାର ପରିଚାଳନାରେ ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ନୀତେଶ କୁମାର ମହାରଣା ।

Leave A Reply

Your email address will not be published.