centurian jitm

ରଙ୍ଗାରଙ୍ଗ ଓ ସାରସ୍ୱତ ସାମାରୋହରେ ୟୁରୋ ସ୍କୁଲର ତୃତୀୟ ବାର୍ଷିକୋତ୍ସବ ପାଳିତ

nschool

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ‘ୟୁରୋ ସ୍କୁଲ’ ତୃତୀୟ ବାର୍ଷିକୋତ୍ସବ ରଙ୍ଗାରଙ୍ଗ ଓ ସାରସ୍ୱତ ସାମାରୋହ ମଧ୍ୟରେ ପାଳିତ ହୋଇଯାଇଛି । “ଅସ୍ତ୍ର” ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଶକ୍ତି-ଏନ୍ ଏଜୁକେସନାଲ୍ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ସୌଦାମିନୀ ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଭାରତୀୟ ସେନାବାହିନୀର ବୀରଚକ୍ର ପୁରସ୍କାରପ୍ରାପ୍ତ କର୍ଣ୍ଣେଲ ଦୀପକ ରାମପାଲ୍ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଏବଂ ସେ କହିଥିଲେ ଯେ, ଗୁରୁ ହିଁ ପିଲାଙ୍କୁ ଅନ୍ଧାରରୁ ଉଜ୍ୱଳତା ଆଡ଼କୁ ନେବାର ଏକ ମାଧ୍ୟମ ଅଟେ । ପିଲାଙ୍କ ଉତ୍ତମ ଭବିଷ୍ୟତ ଗଢିବା ପାଇଁ ଐତିହାସିକ ଯୁଗରୁ ଗୁରୁକୁଳ ତଥା ପାଠଶାଳା ଆଦି ରହି ଆସିଛି । ଛାତ୍ରଛାତ୍ରୀଙ୍କ ଏଭଳି ଉତ୍ତମ ଭବିଷ୍ୟତ ଗଢିବା ଲାଗି ୨୦୧୮ ମସିହାରେ ଛତ୍ରପୁର ସହରରେ ଖୋଲିଥିବା ଏଭଳି ଏକ ଆନ୍ତର୍ଜାତୀୟସ୍ତରୀୟ ଅନୁଷ୍ଠାନ ଦ୍ୱାରା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ସେମାନଙ୍କ ମାନସିକ ଓ ଶାରୀରିକ ବିକାଶରେ ବି ସହାୟକ ହୋଇପାରିବ ବୋଲି ସୂଚାଇଛନ୍ତି । ଏହାସହ ଲୁକ୍କାୟିତ ପ୍ରତିଭାକୁ ମଧ୍ୟ ଲୋକଲୋଚନାକୁ ଅଣାଯାଇପାରିବ ବୋଲି ସେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଗୋପାଳପୁର ପୋର୍ଟର ମୁଖ୍ୟ ସୁରକ୍ଷା ଅଧିକାରୀ ତଥା ଅବସରପ୍ରାପ୍ତ ଲେଫଟନାଣ୍ଟ କମାଣ୍ଡେଣ୍ଟ ରାକେଶ ପଣ୍ଡା ଯୋଗଦେଇ ଶିଶୁଙ୍କ ଶୈକ୍ଷିକ ବିକାଶରେ ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ମୁଖ୍ୟ ପୁଷ୍ଠପୋଷକ ସସ୍ମିତା ମହାପାତ୍ର, ପରିଚାଳନା ନିର୍ଦ୍ଦେଶକ ପି.ଅନିଲ ରେଡ୍ଡୀ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ରାଜେଶ ମହାପାତ୍ର ନିଜ ବକ୍ତବ୍ୟରେ ଶିକ୍ଷା ସହିତ ସଙ୍ଗୀତ, ନୃତ୍ୟ, ଚିତ୍ର, ମାନସିକ ବୃଦ୍ଧି ଏବଂ ବୌଦ୍ଧିକ ଶିକ୍ଷାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ବର୍ଗରେ ପ୍ରତିଯୋଗିତା ହୋଇଥିବା କୃତି ଛାତ୍ରଛାତ୍ରୀ, ଅଭିଭାବକମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରଗତି ନୃତ୍ୟ କଳାକେନ୍ଦ୍ରର ନିର୍ଦ୍ଦେଶକ ସୁଧାଂଶୁ ଶେଖର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

Leave A Reply

Your email address will not be published.