oum

ଲଖମରା ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଲଖମରା ବାଳକୃଷ୍ଣ ନଗରରେ ଥିବା ସରସ୍ୱତୀ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ପରିଚାଳନା କମିଟି ସଭାପତି ଏଡ୍‌ଭୋକେଟ କେଶବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଚର୍ଦାପାଲି ସରପଞ୍ଚ ଉପାସି ନାଏକ, ବୁକୁରାମୁଣ୍ତା ସରପଞ୍ଚ ଆରତୀ ସାହୁ, କମିଟି ସଦସ୍ୟା ନୂତନ ସାହୁ ବିଦ୍ୟାଦାତ୍ରୀ ମା’ ସରସ୍ୱତୀ ଓ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ଠାରେ ପ୍ରଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ । ବରଗଡ ସାଂସଦ ପ୍ରତିନିଧି ସୁରେଶ୍ୱର ଶତପଥି ମୁଖ୍ୟ ଅତିଥି, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟବକ୍ତା ଓ ପ୍ରତିଷ୍ଠାତା ସଦସ୍ୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅର୍ଜ୍ଜୁନ ଭିଲ, ସୁଶାନ୍ତ ସାହୁ, ଅମୁଲ୍ୟ ବେହେରା, ପ୍ରମୋଦ ବେହେରା, ରୋସନ ବନିଆଁ, ରମେଶ ବାରିକ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଛାତ୍ର ବୃତ୍ତି ଓ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ଅତିଥି ପୁରସ୍କୃତ କରିଥିଲେ । ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଇନ୍ଦ୍ରମଣି ଭୋଇ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.