oom

ରେଲୱେ ସ୍କୁଲର ବାର୍ଷିକ ଉତ୍ସବ

jsmm

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ସ୍ଥାନୀୟ ସରକାରୀ ରେଲୱେ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କଣ୍ଟାବାଞ୍ଜି ନଗରପାଳ ବରିୟମ୍ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କଣ୍ଟାବାଞ୍ଜି ଉପନଗରପାଲ ଶ୍ରୀମତି ମନୋରମା ରାଉତ, କଣ୍ଟାବାଞ୍ଜ ଆଂଚଳିକ ସାଧନ କେନ୍ଦ୍ର ସିଆର୍‌ସିସି ଦିନେଶ ମହାନନ୍ଦ, ୱାର୍ଡ ମେମ୍ବର ବେଦକାନ୍ତି ପନିକା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ମାଳତୀ ଓଝା ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୟାବତ ଅଲି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ରେଲୱେ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀମତୀ ରାଜେଶ୍ୱରୀ ତ୍ରିପାଠୀ ସମସ୍ତ ଅତିଥିଙ୍କୁ ସ୍ଵାଗତ ଜଣାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଶ୍ରୀମତି ତ୍ରିପାଠୀ ବିବରଣୀ ପଠନ କରିଥିଲେ । ପିଲାମାନଙ୍କ ଉଦ୍ଦେଶ୍ୟରେ ନଗରପାଳ ନିଜ ଅଭିଭାଷଣ ରଖିଥିବା ବେଳେ ଅତିଥି ଗଣ ମଧ୍ୟ ନିଜ ନିଜ ଅଭିଭାଷଣ ରଖିଥିଲେ । ବିଭିନ୍ନ କ୍ରୀଡ଼ାରେ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ନଗରପାଳଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହା ପରେ ବିଭିନ୍ନ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା । ଶିକ୍ଷୟତ୍ରୀ ଅଞ୍ଜଳି ମାଝୀ ଏବଂ ଶିକ୍ଷୟିତ୍ରୀ ସବିତା ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅଭିଭାବକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଏମ୍‌ ବିନିତା ଓ ଶିକ୍ଷୟିତ୍ରୀ ନିରୂପମା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.