ଦୟାନନ୍ଦ ପ୍ଲେ ସ୍କୁଲର ବାର୍ଷିକୋତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପେଲେସ୍‌ ଲାଇନ ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲର ବାର୍ଷିକୋତ୍ସବ ପ୍ରତିମା ଟେଣ୍ଟ ହାଉସଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ସୁଷମା ମଂଜରୀ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ କୋଶଲୀ ଗବେଷକ ସିଦ୍ଧେଶ୍ଵର ପାଣିଗ୍ରାହୀ ଓ ମୁଖ୍ୟବକ୍ତା ଭାବେ ବେଳଖଣ୍ଡି ପଂଚାୟତ ମହାବିଦ୍ୟାଳୟର ସଂଜିବ ପାଣିଗ୍ରାହୀ ଯୋଗଦେଇ ମଂଚରେ ମଂଚାସୀନ ଥିବା ବେଳେ ସ୍କୁଲର ପ୍ରିନ୍ସିପାଲ ଦିବ୍ୟ ନାରାୟଣ ମିଶ୍ର ମଧ୍ୟ ମଂଚରେ ମଂଚାସୀନ ଥିଲେ । ବାର୍ଷିକୋତ୍ସବ ପାଇଁ ସ୍କୁଲରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ମଂଚରେ ପୁରସ୍କୃତ କରିଥିଲେ ଅତିଥିମାନେ । ପରେ ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ତେବେ ସ୍କୁଲର ଶିକ୍ଷୟିତ୍ରୀମାନଙ୍କ ସହଯୋଗ ଓ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା ।

Leave A Reply

Your email address will not be published.

error: Content is protected !!