oom

ତୈଳିକ ବୈଶ୍ୟ ସମାଜର ବାର୍ଷିକ ମହୋତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ଠାରେ ପାଇକମାଲ ବ୍ଲକ ତୈଳିକ ବୈଶ୍ୟ ସମାଜର ଦ୍ୱିତୀୟ ବାର୍ଷିକ ମହୋତ୍ସବ ଯୁବ ଆଇନଜୀବୀ ରାଜ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମହାସମୁନ୍ଦ ସାଂସଦ ଚୁନ୍ନଲାଲ ସାହୁ, ବିଶିଷ୍ଟ ଅତିଥି ଭାବେ ବରଗଡ ଜିଲ୍ଲା ତୈଳିକ ବୈଶ୍ୟ ସମାଜର ସଭାପତି ମନୋରଞ୍ଜନ ସାହୁ, ମୁଖ୍ୟବକ୍ତା ଭାବେ ଲିଙ୍ଗରାଜ ସାହୁ, ସମ୍ମାନିତ ଅତିଥି ଭାବେ ମାର୍କଣ୍ଡ ସାହୁ, ଦୀନେଶ୍ୱର ସାହୁ, ଭିକାରୀ ସାହୁ, ଶ୍ରୀମତୀ ସଙ୍ଗୀତା ସାହୁ, ପଙ୍କଜିନୀ ସାହୁ, ଯୋଗେଶ୍ୱରୀ ସାହୁ, ରୋହିଣୀ ସାହୁ ଯୋଗଦାନ କରି ନିଜସ୍ୱ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଏକ ସ୍ମରଣିକା ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ କେଶବ ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଡା. ଚୈତନ୍ୟ ସାହୁ, ମହେନ୍ଦ୍ର ସାହୁ, ପରମାନନ୍ଦ ସାହୁ, କିଶୋର ଚନ୍ଦ୍ର ସାହୁ, କୁବେର ଗିରି ସାହୁ, ମୋତିଲାଲ ସାହୁ, ଚନ୍ଦ୍ର ସାହୁ, ନେତ୍ରାନନ୍ଦ ସାହୁ, ସୁରଜ ସାହୁ, ସତ୍ୟାନନ୍ଦ ସାହୁ, ଗଙ୍ଗାଧର ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ପିତାମ୍ବର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.