ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

କଳାହାଣ୍ଡି (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ସଭାପତିତ୍ୱ ବାର୍ଷିକ ଉତ୍ସବ ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ ମୁଖ୍ୟବକ୍ତା, ଆଦର୍ଶ ବିଦ୍ୟାଳୟ ମଦନପୁର ଅଧ୍ୟକ୍ଷ ସଂଜୟ କୁମାର ଦାସ, ସମ୍ମାନିତ ଅତିଥି ଭାବେ ଏବିଇଓ ବେଣୁଧର କୁମାର, ଶିକ୍ଷ୍ୟାବିଦ୍‌ ଓ ସ୍କୁଲ ପ୍ରତିଷ୍ଠାତା ଘନଶ୍ୟାମ ବଗର୍ତ୍ତୀ ଓ ଖଗେଶ୍ୱର ରଣା, ପୂର୍ବତନ ହିନ୍ଦୀ ଶିକ୍ଷକ କୁଳେନ୍ଦ୍ର ବୈଠାରୁ, ମୋ ସ୍କୁଲ ସଭାପତି ପଞ୍ଚୁଦେବ ସାହୁ ଉପସ୍ଥିତ ଥିଲେ । ଉକ୍ତ ଉତ୍ସବରେ ଅତିଥି ପରିଚୟ ଦେଇଥିଲେ ଶିକ୍ଷକ ଅଶୋକ ବିଶ୍ୱାଳ, ମଞ୍ଚ ପରିଚାଳନା ବେଣୁଧର ରଣା କରିଥିବା ବେଳେ ୨୦୨୩ ସ୍କୁଲ ଟପ୍ପର ଦିନେଶ ରଣା, ସ୍ପୋର୍ଟ ଚମ୍ପିୟାନ ଭାବେ ଛାତ୍ର ଉଦିତ ସୁନା, ଛାତ୍ରୀ ସମୀକ୍ଷା, ସମେତ ରାଜ୍ୟସ୍ତରୀୟ ଖେଳକୁଦ, ସୁରଭି ଓ ରେଡ଼୍‌କ୍ରସ୍‌ରେ ଭାଗନେଇ ଥିବା ପ୍ରତିଯୋଗୀ ଓ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ହସ୍ତରୁ ସାର୍ଟିଫିକେଟ, ମେଡାଲ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଛାତ୍ରୀ ଇଯିସ୍ମିତା ବିଶ୍ୱାଳ ଓ ମୋନାଲିସା ରାଉତ ପରିଚାଳନା କରିଥିଲେ ଓ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପାତ୍ର । ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀମାନେ ସାହାଯ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.