centurian jitm

ଓଡ଼ିଶା ଲେଖିକା ସଂସଦର ୩୨ତମ ବାର୍ଷିକ ଉତ୍ସବ

nschool
  • ସମ୍ମାନିତ ହେଲେ ଗାଳ୍ପିକା କଳ୍ପନା ରଥ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଓଡ଼ିଶା ଲେଖିକା ସଂସଦର ୩୨ତମ ବାର୍ଷିକ ଉତ୍ସବ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ ଉଦଘାଟନ କରିଥିଲେ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ । ମୂଖ୍ୟ ବକ୍ତା ହିସାବରେ ଡ. ଚନ୍ଦ୍ର ଶେଖର ହୋତା ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ବିଶିଷ୍ଟ କବି ଓ ଲେଖିକା ସଂଯୁକ୍ତା ନାୟକ ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇଥିଲେ । ସଂସଦର ସଭାପତି ଶକୁନ୍ତଳା ବଳିୟାର ସିଂ ଅଧ୍ୟକ୍ଷତା କରିଥିଲେ । ଯୁଗ୍ମ ସମ୍ପାଦିକା କାନନ ବାଳା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୩୦ ଜଣ ଲେଖିକାଙ୍କୁ ସମ୍ମାନିତ କରାଯାଇଥିଲା । କଳାହାଣ୍ଡି ଜିଲ୍ଲାରୁ କଳାହାଣ୍ଡି ଲେଖିକା ସଂଘର ସଂପାଦିକା କଳ୍ପନା ରଥଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରୀମତି ରଥ ସମ୍ମାନୀତ ହେବାପରେ ତାଙ୍କୁ କଳାହାଣ୍ଡି ଲେଖିକା ସଂଘର ସଭାପତି ସୁଦେଷ୍ଣା ପଣ୍ଡା, ଅନୁଷ୍ଠାନର ସଭ୍ୟା ଏବଂ ଶୁଭେଛୁ ମାନେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.