ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଡି.ଆର.ଡି.ଏ. କାର୍ଯ୍ୟାଳୟର ଜଉଗଡ ସମ୍ମିଳନୀ କକ୍ଷରେ ଓ.କେ.ସି.ଏଲ.ର ଜିଲ୍ଲାସ୍ତରୀୟ ବାର୍ଷିକ ଉତ୍ସବ-୨୦୨୫ ସମ୍ପନ୍ନ ହୋଇଯାଇଛି । ଓ.କେ.ସି.ଏଲ. ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ. ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓ.କେ.ସି.ଏଲ.ର ମୁଖ୍ୟ ଡକ୍ଟର ମନୋରଞ୍ଜନ ପୁଥଳ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିବା ସହ ଉପସ୍ଥିତ ସମସ୍ତ ଅଧିକୃତ କେନ୍ଦ୍ରମାନଙ୍କର ସଞ୍ଚାଳକ ମାନଙ୍କୁ ଉଚିତ ଦିଗ୍ଦର୍ଶନ ଦେଇଥିଲେ । ଚଳିତ ବର୍ଷ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଓ.କେ.ସି.ଏଲ.ର ସମସ୍ତ ଉତ୍ପାଦ ଗୁଡିକର ସଫଳତାର ସହ କାର୍ଯ୍ୟାନୁୟନ ପାଇଁ ଏକ ଖସଡା ପ୍ରସ୍ତୁତ କରାଯିବା ସହ ଏହାର ସଫଳ ରୂପାୟନ ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା । ୨୦୨୪ ମସିହାରେ ଉଲ୍ଲେଖଯୋଗ୍ୟ ପ୍ରଦର୍ଶନ କରିଥିବା କେନ୍ଦ୍ର ଗୁଡିକୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଗଞ୍ଜାମ ଓ ଗଜପତି ଜିଲ୍ଲାର ୮୨ ଜଣ କେନ୍ଦ୍ର ସଞ୍ଚାଳକ ଓ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Prev Post