centurian jitm

ଲୁହାରପାଲିରେ ସର୍ବ ଭାରତୀୟ ବିଂଝାଲ ସମାଜର ବ୍ଲକସ୍ତରୀୟ ବାର୍ଷିକ ସଭା ଅନୁଷ୍ଠିତ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଲୁହାରପାଲିଠାରେ ସର୍ବ ଭାରତୀୟ ବିଂଝାଲ ସମାଜର ବ୍ଲକସ୍ତରୀୟ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବାର୍ଷିକ ସଭା ଅନୁଷ୍ଠିତ ହେବା ପୂର୍ବରୁ ଅତିଥିମାନଙ୍କୁ ଗାଁ ମୁଣ୍ଡର ବିଂଝାଲ ସମାଜର ଶତାଧିକ ମହିଳା ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ କଲଙ୍ଗିନାଚର ତାଳେ ତାଳେ ପାଛୋଟି ଆଣିଥିଲେ ସଭାସ୍ଥଳକୁ । ପରେ ସମାଜର ଇଷ୍ଟଦେବୀ ମା’ ବିନ୍ଧ୍ୟବାସିନୀ ଓ ସ୍ଵର୍ଗତ ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଲାଟସଭାପତି ହୃଷିକେଶ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥିମାନଙ୍କୁ ଫୁଲଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ଲକ ସଭାପତି କରୁଣା ବରିହାଙ୍କ ଦ୍ୱାରା ବାର୍ଷିକ ବିବରଣୀ ପଠନ କରାଯାଇଥିବା ବେଳେ ବାରଭାଇ ବେଣ୍ଟକାର ସଦସ୍ୟ ସୁର୍ଦଶନ ବରିହା ସଭା ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ବିଧାନସଭାର ଯୁବନେତା ଭୋଜରାଜ ସିଂ ବରିହା, ଶିକ୍ଷାବିତ ଶଙ୍କର ପ୍ରସାଦ ମାଝୀ ମୁଖ୍ୟବକ୍ତା, ଉପଲାଟ୍‌ ସଭାପତି ଚନ୍ଦ୍ର ଶେଖର ବାଗ, ସଂପାଦକ ଆଶାରାମ ବରିହା, ବଲାଙ୍ଗିର ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, କୋଷାଧ୍ୟକ୍ଷ ଯୁଗଳ କିଶୋର ବରିହା, ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ଲାଲ ବାହାଦୁର ସିଂ ବରିହା, ବ୍ଲକ ସଭାପତି କରୁଣା ବରିହା, ପଦ୍ମପୁର ବ୍ଲକ ଚେୟାରମେନ ରଞ୍ଜିତ ବରିହା, ଅଶ୍ଵିନୀ ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମାଜରେ ଆଗକୁ ବଢ଼ିବାରେ ଶିକ୍ଷା ହିଁ ମୂଳଦୁଆ ଅଟେ ଏବଂ ଶିକ୍ଷା ଲାଭ କରିବା ପାଇଁ ସମସ୍ତେ ସଚେତନ ହୋଇ ପୁଅ ଝିଅମାନଙ୍କୁ ଉଚ୍ଚ ଶିକ୍ଷାଲାଭ କରିବା ପାଇଁ ବିଭିନ୍ନ ସ୍କୁଲ କଲେଜ, ବିଶ୍ଵବିଦ୍ୟାଳୟ ତଥା ବୈଷୟିକ ଜ୍ଞାନକୌଶଳର ଆହରଣ କରିବା ସହ ନିଶାକୁ ପରିତ୍ୟାଗ କରିବାକୁ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ । ସିଂହ ଭଳି ଶତବଳାକ୍ରମି ବନ୍ୟଜନ୍ତୁକୁ ମଧ୍ୟ ଏକତା ବଳରେ ପରାସ୍ତ କରିପାରିବେ ବୋଲି ଉଦାହରଣ ଦେବା ସହ ଏକତା ଓ ନିଃସ୍ୱାର୍ଥପର ସମାଜସେବା କରିବାକୁ ଆଗେଇ ଆସିବାକୁ ଲାଟସଭାପତି ଶ୍ରୀ ବରିହା ଆହ୍ୱାନ କରିଥିଲେ । ସମାଜରେ ୯୦ ଶତକଡା ମାର୍କ ରଖି ପାସ୍‌ କରିଥିବା ପୁଅ ଝିଅଙ୍କୁ ଉଚ୍ଚ ଶିକ୍ଷା ଲାଭ କରିବା ପାଇଁ ୨୦ ହଜାର ଟଙ୍କା ସହାୟତା ରାଶି ସହଯୋଗ ପ୍ରଦାନ କରିବା ପାଇଁ ସଂପାଦକ ଆଶାରାମ ବରିହା ସଭାରେ ଘୋଷଣା କରିଥିଲେ । ସମସ୍ତେ ଶିକ୍ଷା ଲାଭ କରିବା ପାଇଁ ଏକ ଗୀତ ମାଧ୍ୟମରେ ଆଲୋକପାତ କରିଥିଲେ । ଲୁହାରପାଲିଠାରେ ମା’ ବିନ୍ଧ୍ୟବାସିନୀ ମନ୍ଦିର ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ଅନୁଦାନ ଅର୍ଥ ଯୋଗାଇ ଦେବାକୁ ତୁଲାରାମ ଲୁହାର ଅନୁରୋଧ କରିଥିଲେ । ବନପାଳ ଅଶ୍ଵିନୀ ଭୋଇ ପରିବେଶ ସୁରକ୍ଷା ଜୀବନ ରକ୍ଷା କରିବା ସହ ସମାଜର ସାମାଜିକ ନୀତି ନିୟମକୁ ମାନିଚଳିବା ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ୨୨ଟି ପଞ୍ଚାୟତର ସଭାପତି, ସଂପାଦକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସର୍ବ ଭାରତୀୟ ବିଂଝାଲ ସମାଜର ଶତାଧିକ କର୍ମକର୍ତ୍ତାଙ୍କ ସହ ବାରଭାଇ ବେଣ୍ଟକାରର ସଦସ୍ୟମାନେ ସହଯୋଗ କରିଥିଲେ । ସମାଜର ବ୍ୟଙ୍ଗ କବି ସୂଦର୍ଶନ ବରିହା ନିଜର ବ୍ୟଙ୍ଗ କବିତା ମାଧ୍ୟମରେ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.