ବିଶ୍ୱାତ୍ମ ବିଦ୍ୟାମନ୍ଦିର ବଲାଙ୍ଗିରର ୨୫ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱାତ୍ମ ବିଦ୍ୟା ମନ୍ଦିର ବଲାଙ୍ଗିରର ୨୫ତମ ବିଦ୍ୟାଳୟସ୍ତରୀୟ ଏବଂ ଆନ୍ତଃ ବିଦ୍ୟାଳୟସ୍ତରୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଗତ ୧୫ରୁ ୧୭ ଡିସେମ୍ବର ତିନିଦିନ ଧରି ହର୍ଷୋଲ୍ଲାସ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ପୂଜ୍ୟ ସ୍ୱାମୀ ଶ୍ରୀ ସତ୍ୟପ୍ରଜ୍ଞାନନ୍ଦ ସରସ୍ୱତୀଜୀ ମହାରାଜଙ୍କ ଦିବ୍ୟ ଉପସ୍ଥିତିରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା । ଉଦ୍‌ଘାଟନୀ ଉତ୍ସବ ଉପଲକ୍ଷେ ବିଦ୍ୟାମନ୍ଦିରର ଛାତ୍ର-ଛାତ୍ରୀମାନଙ୍କ ଦ୍ୱାରା ସମଲେଶ୍ୱରୀ ମନ୍ଦିରଠାରୁ ବିଶ୍ୱାତ୍ମ ବିଦ୍ୟାମନ୍ଦିର, ଖୁଜେନପାଲି ପର୍ଯ୍ୟନ୍ତ ମଶାଲ ଶୋଭାଯାତ୍ରା ତଥା ମାରାଥନ ସହିତ ବିଶ୍ୱାତ୍ମବିଦ୍ୟା ମନ୍ଦିରର ଆବାସିକ ଛାତ୍ରମାନଙ୍କ ଦ୍ୱାରା ଡ୍ରିଲ୍ ଏବଂ ପିରାମିଡ ଶୋ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ଏହି ଅବସରରେ ବିଦ୍ୟାମନ୍ଦିରର ପ୍ରତିଷ୍ଠାତା ପୂଜ୍ୟପାଦ ଶ୍ରୀ ସ୍ୱାମୀଜୀ ମହାରାଜ ଛାତ୍ର-ଛାତ୍ରୀମାନଙ୍କ ଶାରୀରିକ, ମାନସିକ ତଥା ବୌଦ୍ଧିକ ବିକାଶ ପାଇଁ କ୍ରୀଡ଼ା ଅତିବ ମହତ୍ତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ତଥା ଆନ୍ତଃ ବିଦ୍ୟାଳୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ବାଳକ ବିଭାଗ ସୁଚିକାନ୍ତ ପାତ୍ର ଗ୍ରୁପ ଚାମ୍ପିୟାନ ହୋଇଥିବା ବେଳେ ବାଳିକା ବିଭାଗରେ ଖୁସିମୟୀ ସାହୁ ଗ୍ରୁପ୍ ଚାମ୍ପିୟାନ ହୋଇଥିଲେ । ଉଦ୍ୟାପନୀ ସମାରୋହରେ ବିଶ୍ୱାତ୍ମ ଚେତନା ପରିଷଦର ସାଧାରଣ ସଂପାଦକ ସ୍ୱାମୀ ସତ୍ୟବେଦାନନ୍ଦ ସରସ୍ୱତୀଜୀ, କୋଷାଧ୍ୟକ୍ଷ ସ୍ୱାମୀ ସତ୍ୟପ୍ରେମାନନ୍ଦ ସରସ୍ୱତୀଜୀ, ବିଦ୍ୟାମନ୍ଦିରର ଚେୟାରମ୍ୟାନ ଗଜେନ୍ଦ୍ର ତ୍ରିଭୂବନ ଦାସ ଭମ୍ମରଜୀ, ନିର୍ଦ୍ଦେଶିକା ମାଁ ଶ୍ରଦ୍ଧାମୂର୍ତ୍ତି, ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀ, ମୁଖ୍ୟ ଆଚାର୍ଯ୍ୟ କଳାକାହ୍ନୁ ସାହୁ ପ୍ରମୁଖ ଉପସ୍ଥିତ ହୋଇ ଛାତ୍ର-ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସମାରୋହରେ ସରୋଜ ପଧାନ ଦ୍ୱାରା ପ୍ରସ୍ତୁତ ଯୋଗ ପ୍ରଦର୍ଶନ ଏବଂ ବିଶ୍ୱାତ୍ମବିଦ୍ୟା ମନ୍ଦିର ଠିକାଦାର ପଡ଼ା ଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସଂଯୋଜକ ସମ୍ବିତ୍ କୁମାର ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କ୍ରୀଡ଼ାବିତ ଭୁପିନ୍ଦର ସିଂ, ସଂଗ୍ରାମ ବହିଦାର, ବରିଷ୍ଠ ଖେଳ ଶିକ୍ଷକ ରାମନାରାୟଣ ଯୋଶୀ, ବିଦ୍ୟାମନ୍ଦିରର ଖେଳ ଶିକ୍ଷକ ବିମଳ ସ୍ୱାଇଁ ଏବଂ ଅଭିଜିତ ମିଶ୍ର ପ୍ରମୁଖ କ୍ରୀଡ଼ା ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!