jayashree

ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ୪୦ତମ ବାର୍ଷିକ କ୍ରୀଡ଼ା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲର ୪୦ତମ ବାର୍ଷିକ କ୍ରୀଡା ଗତ ତା ୧୯/୧୧/୨୦୨୪ ଓ ତା ୨୦/୧୧/୨୪ ଦୁଇଦିନ ଧରି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ମାଁ ସମଲେଶ୍ଵରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ଆସିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଠାରୁ ଅଭିବାଦନ ଗ୍ରହଣ କରି କ୍ରୀଡ଼ା ପତାକାକୁ ଉନ୍ମୋଚନ କରିଥିଲେ । ୨୪୦ଟି ପୁରସ୍କାର ପାଇଁ ବିଦ୍ୟାଳୟ ପରିସର ଓ ଟାଉନ୍ ବାଳକ ହାଇସ୍କୁଲ ଖେଳ ପଡିଆରରେ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଦ୍‌ଯାପନି ଉତ୍ସବରେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅରବିନ୍ଦ ଓଝା ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡ଼ା ଶାରୀରିକ ଓ ମାନସିକ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତି କରିଥାଏ ବୋଲି କହିଥିଲେ ଓ ପରେପରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସମ୍ପାଦକ ଗୋପାଳ କ୍ରିଷ୍ଣା ସିଂହଦେଓ କୋଷାଧ୍ୟକ୍ଷ ଆଲୋକ ରଂଜନ ବେଦବାକ୍, ସଭ୍ୟ ଶିରିଶ ଚନ୍ଦ୍ର ହୋତା, ବାଦଲ୍ ମହାକୁର, ସଞ୍ଜିବ ସାହୁ ବିଦ୍ୟାଳୟର ଅଧ୍ୟକ୍ଷ ସତିସ୍ ପ୍ରଧାନ ମଞ୍ଚାସୀନ ଥିଲେ । ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ହରେକୃଷ୍ଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଉପାଧ୍ୟକ୍ଷ ଦୀପକ ବରାଲ୍, ମମିତା ବେହେରା ତଥା ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍‌ଯାପନି ଦିନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତ୍ତାକର୍ଷକ କୌତୁକ ବେଶ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.