ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଭୂତମୁଣ୍ଡା ଡେମ ଠାରେ ସ୍ଥାୟୀ ସଭାପତି ଲଳିତ ଜଗତଙ୍କ ସଭାପତିତ୍ୱରେ ମାଣ୍ଡୋସିଲ ପଞ୍ଚାୟତ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଧରୋଲ, ଭୂତମୁଣ୍ଡା, ଡୁମ୍ବେରବାହାଲ ଓ ମାଣ୍ଡୋସିଲ ଗ୍ରାମର ସମସ୍ତ ସମାଜସେବୀ ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ସମ୍ମାନୀତ ଅତିଥି ଭାବରେ ବରତୁଣ୍ଡା ପଞ୍ଚାୟତର ପୁର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର ଉପସ୍ଥିତ ଥିଲେ । ପ୍ରଥମେ ଆଇନ ପ୍ରଣୟେତା ଭାରତରତ୍ନ ଡ. ଭୀମ ରାଓ ଆମ୍ବେକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଉକ୍ତ ବୈଠକ ରେ ସଂପାଦକ ଶଙ୍କର୍ଷଣ କନ୍ଧେର ପୂର୍ବ ବୈଠକର ବିବରଣୀକୁ ପାଠ କରିଥିଲେ ଓ କୋଷାଧ୍ୟକ୍ଷ ହରିରାମ ତାଣ୍ଡି ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ । ସମାଜର ଉନ୍ନତି ଦିଗରେ ଆଲୋଚନା କରାଯାଇଥିଲା ଆଉ ବିଶେଷ ଭାବରେ ସମାଜର କଲ୍ୟାଣ ମଣ୍ଡପ ନିର୍ମାଣ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରଯାଇଥିଲା । ଶେଷରେ ଆନ୍ତର୍ଜାତୀୟ ସ୍ତରରେ ସଂସ୍କୃତି ମନ୍ତ୍ରଣାଳୟ ବିଭାଗ ଭାରତ ସରକାରଙ୍କ ଦ୍ଵାରା ସାରା ଭାରତରେ ୩ ନମ୍ବର ଓଡ଼ିଶାରେ ୨ ଜଣଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଓ ବରଗଡ଼ ଜିଲ୍ଲାରେ ଏକମାତ୍ର ଭାବେ ସିନିୟର ଫେଲୋସିପ ଫୋକ ଥିଏଟର ( ଲୋକ ନାଟକ) ରେ ଆୱାର୍ଡ଼ ପାଇ ଜାତୀୟ, ରାଜ୍ୟ, ଜିଲ୍ଲା, ନିଜ ଗାଁ ତଥା ନିଜ ସମାଜ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ଲଳିତ ଜଗତଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ୱର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ରାଜେଶ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।