ଆସନ୍ତା ୧୬ରେ ସହୟୋଗର ଦ୍ୱିତୀୟ ବାର୍ଷିକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତଥା ପଦ୍ମପୁର ଉପଖଣ୍ଡର ଏକ ଅଗ୍ରଣୀ ଅନୁଷ୍ଠାନ “ସହୟୋଗ” ଦ୍ୱିତୀୟ ବର୍ଷରେ ପାଦ ଥାପିବାକୁ ଯାଉଛି । ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ଝାଙ୍କରପାଳିଠାରେ ବିରାଟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାବେଳେ ଆସନ୍ତା ୧୬ ତାରିଖ ପଦ୍ମପୁର କଲେଜ ରୋଡ ସ୍ଥିତ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ଦ୍ୱିତୀୟ ସ୍ୱନକ୍ଷତ୍ର ଉତ୍ସବ ପାଳନ କରିବାକୁ ଯାଉଛି । ଏହି ଅବସରରେ ପଦ୍ମପୁର ହସ୍ପିଟାଲରେ ଦେଖା ଦେଉଥିବା ରକ୍ତ ଅଭାବ ସମସ୍ୟାକୁ ନେଇ ଏକ ବିରାଟ ରକ୍ତଦାନ ଶିବିର ଆୟୋଜିତ କରାଯିବ ଓ ଏହି ଶିବିରରେ ସମସ୍ତ ରକ୍ତଦାତା ଯୋଗଦେଇ ସ୍ୱଇଚ୍ଛାରେ ରକ୍ତଦାନ କରିବା ପାଇଁ କାର୍ଯ୍ୟାଳୟରେ ଅନୁରୋଧ କରିଛନ୍ତି ସମ୍ପାଦକ ତାପସ କୁମାର ନାୟକ । ଆଜିର ଏହି ବୈଠକରେ ସଭାପତି ମୌସମ ପାଗଡା, କୋଷାଧ୍ୟକ୍ଷ ପ୍ରଭୁ ଦତ୍ତ ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ପଦ୍ମପୁର ଅଞ୍ଚଳର ଲୋକମାନଙ୍କ ସୁଖ ଦୁଃଖରେ ସବୁବେଳେ ସାହା ହେଉଥିବା ଉକ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନର ପ୍ରଗତି ପାଇଁ ଅଞ୍ଚଳବାସୀ ଶୁଭେଚ୍ଛା ପ୍ରଦାନ କରିବା ସହ ବିଭିନ୍ନ ଜାଗାରେ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

jittmm
Leave A Reply

Your email address will not be published.