oom

ଓଡିଶା ଷ୍ଟେଟ ବିଗ୍ରେଡ ସ୍କୁଲର ବାର୍ଷିକ ଉତ୍ସବ ୨୦୨୪ ପାଳିତ

jsmm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରଠାରେ ଓଡିଶା ଷ୍ଟେଟ ବିଗ୍ରେଡ ସ୍କୁଲର ସଭାପତି ତଥା ଆଇନଜୀବୀ ବିଶ୍ୱମ୍ବର ରଣାଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ୨୦୨୪ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟକ ଭୁପିନ୍ଦର ସିଂ, ମୁଖ୍ୟ ବକ୍ତା ଭାବେ (ଏ.ବି.ସି.ଏସ) ସ୍କୁଲ ଅଧ୍ୟକ୍ଷ ତଥା ଗୋଛାଡେଙ୍ଗେନ ସରପଞ୍ଚ ଡାକ୍ତର ସୁରେଶ କୁମାର ପଧାନ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ସରପଞ୍ଚ କେତକୀ ଦଣ୍ଡିଆ, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା ଯୋଗଦେଇ ସ୍କୁଲର ଶିକ୍ଷା ବ୍ୟବସ୍ଥା ମାନ, ଫଳାଫଳ ଉପରେ ଭୁରି ଭୁରି ପ୍ରଶଂସା କରିବା ସହ ଏହି ବିଦ୍ୟାଳୟର ପୁରାତନ ଛାତ୍ର ଦେବୀ ପ୍ରସାଦ ଭୋଇ ( ପୋଲିସ ବିଭାଗରେ କାର୍ଯ୍ୟରତ) ଓ ଜଗଦୀଶ ସାହୁ (ଶିକ୍ଷକ ଆଦର୍ଶ ବିଦ୍ୟାଳୟ) ଉଭୟଙ୍କୁ ସମ୍ବର୍ଦ୍ଧନା ଦେବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ସ୍କୁଲ କୋଷାଧ୍ୟକ୍ଷ ଯୁଧିଷ୍ଠିର ସିଙ୍ଗ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସୁଦାମ ଦୁବେ ବିବରଣୀ ପଠନ ଓ ଅଧ୍ୟକ୍ଷ ହରିଶ୍ଚନ୍ଦ୍ର ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ମୋନାଲିସା ଭୋଇ, ରାଜଶ୍ରୀ ନାୟକ, ଛାତ୍ର କର୍ତ୍ତା ଭାଗିରଥି ବିଶି, ରାଜେନ୍ଦ୍ର ରଣା, ରାଜୀବ ବଗର୍ତ୍ତି, ସମ୍ପଦ ବରିହା, କାଲି ପ୍ରସାଦ ପାଢ଼ୀ, ଚିନ୍ତାମଣି ରଣା, ସ୍ୱପ୍ନେଶ୍ୱର ମିଶ୍ରଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ର କର୍ତ୍ତା ସହଯୋଗ କରିଥିଲେ ।
ଛାତ୍ରଛାତ୍ରୀମାନଙ୍କ ରଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ମୋହିଥିଲା ।

jittmm
Leave A Reply

Your email address will not be published.