centurian jitm

ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗର ୪୯ତମ ବାର୍ଷିକ ଉତ୍ସବ ‘କମଔରା – ୨୦୨୫’ ପାଳିତ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗର ୪୯ତମ ବାର୍ଷିକ ଉତ୍ସବ ‘କମଔରା – ୨୦୨୫’ ପାଳନ ହୋଇଯାଇଛି । ଏହି ଉତ୍ସବ ୨ଦିନ ଧରି (୧୦-୧୧ ଅପ୍ରେଲ, ୨୦୨୫) ହୋଇଥିଲା । ଉତ୍ସବର ଶୁଭାରମ୍ଭ କୁଳସଙ୍ଗୀତ ଗାନରେ ହୋଇଥିଲା । ବିଭାଗର ସଂଯୋଜକ ଶକ୍ତି ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିତ୍ୟ ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମ ଦିନରେ ସଭାରେ ବିଭାଗର ପୂର୍ବତନ ପ୍ରଫେସର ଗୌରୀ ଶଙ୍କର ଲାଲ୍ ଅତିଥି ରୂପେ ଯୋଗଦେଇ ବିଭାଗର ପ୍ରତିଷ୍ଠାତା ପ୍ରଫେସର ଗଙ୍ଗା ପ୍ରସାଦ ପଣ୍ଡା ସ୍ମାରକି ବକ୍ତୃତା ଦେଇଥିଲେ । ସଭାର ପରିସମାପ୍ତି ପରେ ବିଭିନ୍ନ ପ୍ରତିଯୋଗିତା ଯଥା ବିଜିନେସ କୁଇଜ୍, ଆଇଡିଆ ହାକ୍କାଥନ, ଆଡ୍ ମ୍ୟାଡ ସୋ, ଜଷ୍ଟ ଏ ମିନିଟ୍, ବିଜନେସ କେସ ଏନାଲିସିସ ଇତ୍ୟାଦିରେ ବିଭିନ୍ନ ଅନୁଷ୍ଠାନରୁ ବାଣିଜ୍ୟ ଓ ବୈଷୟିକ ବିଭାଗର ୧୩୦ରୁ ଊର୍ଦ୍ଦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ପୂରସ୍କୃତ ହୋଇଛନ୍ତି । ଶେଷରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଆଲୁମିନି ମିଟିଂର ଆୟୋଜନ କରାଯାଇଥିଲା । ଏହି ସଭାରେ ଆଗକୁ ବିଭାଗର ୫୦ ବର୍ଷ ପୂର୍ତ୍ତି ନିମନ୍ତେ କିପରି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇପାରିବ ସେହି ବିଷୟରେ ଆଲୋଚନା କରାଯାଇଥିଲା । ଦ୍ୱିତୀୟ ଦିନର ଆରମ୍ଭରେ ପ୍ରଫେସର ପ୍ରମୋଦ କୁମାର ସାହୁ ସ୍ମାରକୀ ବକ୍ତୃତା ଆୟୋଜନ କରାଯାଇଥିଲା ଏବଂ ଏହି ସଭାରେ ଟାଟା ଷ୍ଟିଲର ମାର୍କେଟିଂ ବିଭାଗ ମୁଖ୍ୟ ବରୁଣ ଚାନ୍ଦ ବି ଅତିଥି ରୂପେ ଯୋଗଦେଇ ପିଲାମାନଙ୍କୁ ବକ୍ତୃତା ଦେଇଥିଲେ । ଏହା ପରେ ବିଭାଗର ନୂତନ ଭାବେ କରାଯାଇଥିବା ‘ବ୍ୟବସାୟ ଐତିହ ପ୍ରକୋଷ୍ଠକୁ ” ଉଦଘାଟନ କରାଯାଇଥିଲା । ପରେ ପରେ ବାର୍ଷିକ ଉତ୍ସବ ସଭା ର ଆୟୋଜନ କରାଯାଇଥିଲା । ଏହି ସଭାରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ମୁଖ୍ୟ ଅତିଥି, ସ୍ନାତ୍ତକୋତ୍ତର ବିଭାଗ ପରିଷଦର ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ, ସମ୍ମାନନୀୟ ଅତିଥି, ଟି.ପୀ.ଏସ.ଓ.ଡି. ଏଲ୍. ଗଞ୍ଜାମ ର ସି. ଏଫ୍. ଓ. ଚାଟାର୍ଡ ଆକାଉଣ୍ଟାଣ୍ଟ ବିଜୟ ମହାନ୍ତି ସମ୍ମାନୀୟ ଅତିଥି ରୂପେ ଯୋଗଦେଇଥିଲେ । ଏହି ସଭାରେ ବିଭାଗର ସଂଯୋଜକ ଶକ୍ତି ରଂଜନ ଦାଶ ଅତିଥି ପରିଚୟ ଦେବାସହ ବାର୍ଷିକ ବିବରଣୀ ପାଠ କରିଥିଲେ । ସଭାରେ ମାଣ୍ଡିଆ ରାଣୀ ଡଃ ରାଇମତି ଗିହୁରୀୟାଙ୍କୁ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ନାରୀ ସମ୍ମାନ ଏବଂ ହରି ପାଙ୍ଗୀଙ୍କୁ ଦକ୍ଷିଣ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଭାଗର ସହକାରୀ ପ୍ରଫେସର ଡଃ ମହେଶ୍ୱର ସେଠି, ଡଃ ଜୀନତା ପଟ୍ଟନାୟକ ମାନପତ୍ର ପାଠ କରିଥିଲେ ଓ ଡଃ ଚନ୍ଦ୍ରିକା ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ଦ୍ଵାରା ସମ୍ମାନିତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ସଭାରେ ବିଭାଗର ଅତିଥି ଅଧ୍ୟାପକ ବିଦ୍ୟାଧର ବେହେରା, ବିଭାଗର କାର୍ଯ୍ୟକର୍ତ୍ତା ସରିପା କୁମାର ପ୍ରଧାନ ଓ ଲୋକନାଥ ନାୟକ ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.