centurian jitm

ପିଏମ୍‌ ଶ୍ରୀ ବାପୁଜୀ ହାଇସ୍କୁଲ କନ୍ଧକେଲଗାଁରେ ବାର୍ଷିକ ଉତ୍ସବ ଓ ବାର୍ଷିକ କ୍ରୀଡା ଅନୁଷ୍ଠିତ

nschool

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକର ଏକମାତ୍ର ବିଦ୍ୟାଳୟ ଭାବେ ପିଏମ୍‌ ଶ୍ରୀରେ ସାମିଲ ହୋଇଥିବା ପିଏମ୍‌ ଶ୍ରୀ ବାପୁଜୀ ଉଚ୍ଚ ବିଦ୍ୟାଳୟ କନ୍ଧକେଲଗାଁରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ରାମଗୋପାଳ ଖମାରି ଶର୍ମାଙ୍କ ସଭାପତିତ୍ତତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଗୁଡଭେଲାର ବ୍ଲକ ଶିକ୍ଷା ଅଧିକାରୀ ନମିତା ରାଣୀ ଭୋଇ, ମୁଖ୍ୟବକ୍ତା ରୂପେ ସଇଁତଲା ବିଆର୍‌ସିସି ନାରାୟଣ ଭୋଇ, ସମ୍ମାନିତ ଅତିଥି ସରପଞ୍ଚ ଅହଲ୍ୟା ସାହୁ, ପୂର୍ଣ୍ଣାନନ୍ଦ ପଣ୍ଡା, ଅରୁଣ ଥନାପତି ଓ ଦେବରାଜ ମେହେର, ପ୍ରଫୁଲ୍ଲ ଦାଶ ଯୋଗଦେଇଥିଲେ । ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସଭା ଶେଷରେ ରାୟଗୁପ୍ତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଆଶିଷ ବିଶି, ସୁରେନ୍ଦ୍ର ଷଡ଼ଙ୍ଗୀ, ରଶ୍ମିତା ପ୍ରଧାନ, ଲିପସିତା ସାହୁ, ଲିଙ୍କନ ସାହୁଙ୍କ ଦ୍ୱାରା ପ୍ରସ୍ତୁତ ସାସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହିଥିଲା । କ୍ରୀଡା କାର୍ଯ୍ୟକ୍ରମ ପ୍ରଭୁଦତ୍ତ ଧରୁଆ, ନିରୁପମ ସାହୁ, ଗୋପାଳ ପଟ୍ଟନାୟକ, ଜୟରାମ ମହାନନ୍ଦ, ବିମଲ ମେହେର ପରିଚାଳନା କରିଥିଲେ । ଯୋଗ ଓ ପ୍ରାଣାୟାମ କାର୍ଯ୍ୟକ୍ରମ ଗୋବର୍ଦ୍ଧନ ଛତ୍ରିଆ, ହିମେଶ ଭୋଇ, ଜିତେନ୍ଦ୍ର ମେହେର କରାଇଥିଲେ । ବାଳିକା ସ୍ୱୟଂ ପ୍ରତିରକ୍ଷା କାର୍ଯ୍ୟକ୍ରମଟି ପଙ୍କଜିନୀ ମେହେର, ପୁଷ୍ପାଞ୍ଜଳି ମେହେର ଓ ସ୍ମୃତି ଲିପି ରୟଗୁରୁ ସଂଯୋଜନା କରିଥିଲେ ଏବଂ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ବୈଷ୍ଣବ ବାରିକ, ବବିତ ବିଶି, ହିମାଂଶୁ ଭୋଇ ତଥା ପରିଚାଳନା କମିଟି ସଭ୍ୟସଭ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.