centurian jitm

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶୁକ୍ଲିମୁଣ୍ଡିରେ ବାର୍ଷିକ ଉତ୍ସବ ପାଳିତ

କୋମନା, (ପୁସ୍ତମ୍ ଯୁଆଡ଼ି) : ପ୍ରଧାନ ଶିକ୍ଷକ ଗୌରଚନ୍ଦ୍ର ଶବରଙ୍କ ଆବାହକତ୍ୱରେ ଓ ସଭାପତି ନାରାୟଣ ଦାସ‌ ପାଢୀଙ୍କ ସଭପତିତ୍ୱରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶୁକ୍ଲିମୁଣ୍ଡିରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଇନ୍ଦ୍ରମଣି ପାଣିଗ୍ରାହୀ ଓ ବିଧାୟକ ପ୍ରତିନିଧି ଜୟ ଢୋଲକିଆ ଏବଂ ସମ୍ମାନିତ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭକ୍ତବନ୍ଧୁ ବୁଡ଼େକ, ଅନ୍ୟତମ ଅତିଥି ଅବନୀ ରଞ୍ଜନ ଯୋଶୀ ମଞ୍ଚାସୀନ ହୋଇଥିବା ବେଳେ ଅନ୍ୟାନ୍ୟ ଅତିଥି ଗୋପିନାଥ ଶବର, ସନ୍ତୋଷୀ ସୁନା, ତରୁଣ ଦାସ, ପୁଷ୍କର ଶବର, ଡୋଳାମଣି ଶବର ପ୍ରମୁଖ ଯୋଗଦେଇଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରାୟ ୧୦୦ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷକ ଶୋଭାକର ପ୍ରଧାନ ମଂଚ ପରିଚାଳନା କରିଥିବା ବେଳେ ତଦାରଖ ଓ ସହଯୋଗ କରିଥିଲେ ସନ୍ତୋଷିନୀ ଶବର, ମମତା ବେହେରା,ପ୍ରମିଳା ଶବର, ଗୀତାଞ୍ଜଳି ସେଠୀ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି, ସମସ୍ତ ସଦସ୍ୟ ଏବଂ ଗାଁର ଭଦ୍ରବ୍ୟକ୍ତିମାନେ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।

Leave A Reply

Your email address will not be published.