centurian jitm

ପାରକେଣା ଉନ୍ନିତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ସହ ସ୍ଥାନୀୟ ପାରକେଣା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିତାଲୀ ମଧୁସ୍ମିତା ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ପରଜାପଡା ଗ୍ରାମ ପଂଚାୟତର ସରପଞ୍ଚ ଗୋପାଳ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ମୁଖ୍ୟ ବକ୍ତା ରୁପେ ଆଲୁମିନି ସଭାପତି ସୁଦାମ ବାରିକ ଓ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରୋଜିନା ସ୍ୱାଇଁ ମଂଚାସିନ ହୋଇଥିଲେ । ବିଦ୍ୟାଳୟ ସ୍ତରରେ ଗୁଣାତ୍ମକ ଶିକ୍ଷା ଓ ବୌଦ୍ଧିକ ଶିକ୍ଷା ଦାନ ସମ୍ପର୍କରେ ସମସ୍ତ ଅତିଥିମାନେ ଆଲୋକପାତ କରିଥିଲେ । ବିଦ୍ୟାଳୟ ଏକ ମନ୍ଦିର,ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି ବୋଲି ମିତାଲୀ ମିଶ୍ର ଉଦ୍‌ବୋଧନ ଦେଇଥିଲେ । ବାର୍ଷିକ କ୍ରିଡାରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀ ମାନଙ୍କୁ ଦକ୍ଷତା ଭିତ୍ତିକ ଅନୁଶୀଳନରେ ବିଦ୍ୟାଳୟ ତରଫରୁ ପୁରଷ୍କାର ଦିଆ ଯାଇଥିଲା । ଦୁଇଟି କ୍ଷୁଦ୍ର ଶିକ୍ଷଣୀୟ ନାଟକ ଯଥା ନାରୀ ଶିକ୍ଷା ଓ ନାରୀକୁ କର ସମ୍ମାନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଶଣ ହୋଇଥିଲା । ପାରମ୍ପରିକ ନୃତ୍ୟସଂଗୀତ ଓ ଅଭିନୟରୀବାନେ ମଂଚରେ କରିଥିଲେ । ମଂତ ପରିଚାଳନା କରିଥିଲେ ଶିକ୍ଷକ ଜଗତ ଜ୍ୟୋତି ମିଶ୍ର । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ । ମାନସ ରଂଜନ ପଟ୍ଟନାୟକ । ଏଥିରେ ସହଯୋଗ କରିଥିଲେ ଅଶୋକ ରାଉତରାୟ, ଲକ୍ଷ୍ମିଧର ଖଟେଇ, ହେମନ୍ତ ପ୍ରଧାନ, ଜିତେନ୍‌ ନାୟକ, ଅରଜିତ ଗିରି ଓ ବିଷ୍ଣୁ ପ୍ରିୟା ଦାସ ।

Leave A Reply

Your email address will not be published.