
କଣାସ, (କେପିଏନ୍ଏସ୍) : କଣାସ ବ୍ଲକ ଅନ୍ତର୍ଗତ କିଷାନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବରିଷ୍ଠ ଶିଶୁସାହିତ୍ୟିକ ରମେଶ ଚନ୍ଦ୍ର ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । କଣାସ ବ୍ଲକ ଏ.ବି.ଇ.ଓ ବିନୋଦ କୁମାର ସେଠୀ ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦୁର୍ଗାବତୀ ପ୍ରଧାନ, କଣାସ ବ୍ଲକ ପ୍ରଥମିକ ଶିକ୍ଷକ ସଂଘ ସଭାପତି ପ୍ରତାପ କେଶରୀ ରାୟ, ବିଦ୍ୟାଳୟ ପରିଚାଳିନା କମିଟି ସଭାପତି ଶିବପ୍ରସାଦ ବଳିଆର ସିଂହ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁଶ୍ରୀ କିଷ୍ଣା କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ପୁରସ୍କାର ଓ ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ । ଶିକ୍ଷୟିତ୍ରୀ ଚାରୁଲତା ଦେଈ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ପ୍ରଶାନ୍ତକୁମାର ମଙ୍ଗରାଜ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ସବୁ ପିଲା ଭଲ ପିଲା ବୋଲି ଅତିଥି ମାନେ ମତ ବ୍ୟକ୍ତ କରଥିଲେ । ଉତ୍ସବରେ ବିଦ୍ୟାଳୟର ସମସ୍ତ ପିଲା ମଞ୍ଚରେ ପୁରସ୍କୃତ ହେବା ଅତିଥିମାନଙ୍କୁ ଚକିତ କରିଥିଲା । ପ୍ରତ୍ୟେକ ପିଲା ପାଖରେ ନିଶ୍ଚିତ ଭାବେ ଭଲ ଗୁଣ ଅଛି । ଅନ୍ୱେଷଣ କଲେ ଆମେ ପାଇ ପାରିବା ବୋଲି ସଭାରେ ଆଲୋଚିତ ହୋଇ ଥିଲା । ମୁଖ୍ୟବକ୍ତା ସୁଶ୍ରୀ କିଷ୍ଣା ମହାପାତ୍ର ବିଦ୍ୟାଳୟର ଉନ୍ନତି ସହ ପିଲାମାନର ଶୈକ୍ଷିକ ବିକାଶ ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ରମେଶ ଚନ୍ଦ୍ର ଦାଶ ପିଲାମାନଙ୍କୁ ଆଗକୁ ବଢିବା ପାଇଁ ଆହ୍ବାନ ଦେଇଥିଲେ । ଭବିଶ୍ୟତରେ ସବୁ ପିଲା ଭଲ ପିଲା ହୁଅନ୍ତୁ ବୋଲି ଆଶା ବ୍ୟକ୍ତ କରିଥିଲେ । ପରେପରେ ଶିକ୍ଷକ ସିଦ୍ଧେଶ୍ୱର ବେହେରା, ଚାରୁଲତା ଦେଈ ଓ ମମତା ମୁର୍ମୁଙ୍କୁ ଶିକ୍ଷକ ସମ୍ମାନ ପ୍ରଦାନ କରା ଯାଇଥିଲା । ଗତବର୍ଷର ଶ୍ରେଷ୍ଠ ଛାତ୍ରୀ ଅର୍ପିତା ସାମନ୍ତସିଂହାର, ବିଦ୍ୟାଳୟ ଚମ୍ପିୟାନ ମିଲନ ବଲିୟାରସିଂହ ଓ ବିଦ୍ୟାଳୟ କ୍ୟବିନେଟର ମୁଖ୍ୟମନ୍ତ୍ରୀ ଯଶୋବନ୍ତ ଜେନା, ବିଦ୍ୟାଳୟ ପାଚିକା ପ୍ରମିଳା ମଙ୍ଗରାଜ ଓ ପ୍ରମିଳା ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ୧୪୫ଟି ପୁରସ୍କାର ପ୍ରଦାନ କରାଯାଇଥିଲା । । ଇକୋ କ୍ଲବ୍, ହ୍ୱାଉସ ସିଷ୍ଟମ, ବିଦ୍ୟାଳୟ କ୍ୟବିନେଟ୍, ମାନା ମଞ୍ଚ, ବିଜ୍ଞାନ କ୍ଲବ, ସାହିତ୍ୟ ସଂସଦର ପିଲାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବରିଷ୍ଠ ଶିକ୍ଷକ ପ୍ରତାପ କୁମାର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ସିଦ୍ଧେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଅଭିଭାବକ ମାନେ ଏହି ଉତ୍ସବଟିକୁ ଭୂୟସୀ ପ୍ରଶଂସା କରିଥିଲେ ।