ଚୁଡାପାଲି ଶିଶୁ ମନ୍ଦିରର ବାର୍ଷିକ କ୍ରୀଡା ଉତ୍ସବ

ଚୁଡାପାଲି, (କେପିଏନ୍‌ଏସ୍‌) : ଦୁଇଦିନ ଧରି ସରସ୍ୱତୀ ଶିଶୁ ଵିଦ୍ୟା ମନ୍ଦିର ଚୁଡାପାଲିର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ପରିଚାଳନା ସମିତିର ଉପ ସଭାପତି କ୍ଷେତ୍ରବାସୀ ଭୋଇ ଦ୍ୱୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପରିଚାଳନା ସମିତିର ସମ୍ପାଦକ ସୂର୍ଯ୍ୟମଣି ମେହେର ଉପସ୍ଥିତ ରହି ଶିଶୁମାନଙ୍କୁ କ୍ରୀଡାର ମହତ୍ଵ ବିଷୟରେ ଧାରଣା ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶମ୍ଭୁପ୍ରସାଦ ମହାକୁର ଅତିଥି ଅଧିକାରୀମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ସ୍ଥାନୀୟ ସରକାରୀ ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଶଳେଶ୍ୱର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି କୃତି ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରିଥିଲେ । ବାଲବର୍ଗର ସଚିନ ନାଏକ ଭଉଣୀ ନବ୍ୟାରାଣୀ ସାହୁ ଓ ଶିଶୁବର୍ଗର ଚିକୁ ଗୌଡ଼ ଓ ଜ୍ୟୋତିରାଣୀ କୁମୁରା ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ । ସମସ୍ତ ଗୁରୁଜୀ ଗୁରୁମାମାନେ କ୍ରୀଡା ପରିଚାଳନା କରିଥିଲେ । ଶାରିରୀକ ଗୁରୁଜୀ ପବିତ୍ର ବାରିକଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା । ପରିଚାଳନା ସମିତିର ସମସ୍ତ ସଭ୍ୟ, ସଭ୍ୟା, ଗୁରୁଜୀ, ଗୁରୁମା ଓ ସେବିକାମାନଙ୍କ ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.