oom

ବେଲବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବୁବେଲ ଅନ୍ତର୍ଗତ ବେଲବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମହାଆଡ଼ମ୍ବରରେ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମୁଖ୍ୟଅତିଥି ଭାବେ ଏବଂ ଗୋଷ୍ଠୀ ଶିକ୍ଷାଅଧିକାରୀ ପୁଇଁତଲା ଲୋକନାଥ ସୁନା ମୁଖ୍ୟବକ୍ତା, ଜିଲ୍ଲା ପରିଷଦ ସଦସ୍ୟ ଜୋନ୍‌ ନଂ ୧୮ର କୁମରମଣି ସେଠଙ୍କ ସହ ବୁବେଲ ସରପଞ୍ଚ ଶ୍ରୀମତୀ ସବିତା ମିଶ୍ର, ବରିଷ୍ଠ ସମାଜସେବୀ ସାନନ୍ଦ ମିଶ୍ର, ଶିକ୍ଷାବିତ୍‌ ଭଗବାନ ମିଶ୍ର, ବୁବେଲ କ୍ଲଷ୍ଟର ସିଆର୍‌ସିସି ନିତ୍ୟରାଜ ସେଠ, ଗଣ୍ଡବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଧାଂଶୁ କୁମାର ପାଢ଼ୀ, ଛତାମଖନା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ନୀଳମଣି ପଟେଲ, ତରଭାର ପୂର୍ବତନ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ ହରିଶଚନ୍ଦ୍ର ସାହୁଙ୍କ ସହ ବ୍ଲକର ବିଭିନ୍ନ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ସହକାରୀ ଶିକ୍ଷକ ତରଣୀସେନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ସହ ସଭା ପରିଚାଳନା କରଥିଲେ ଏବଂ ବିକ୍ରମାଦିତ୍ୟ ସାହୁ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ବିଦ୍ୟାଳୟର ୪ଜଣ ପୂର୍ବତନ ଛାତ୍ରଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ସମସ୍ତ ଅତିଥିବୃନ୍ଦ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ବିଦ୍ୟାଳୟର ପରିଷ୍କାର ପରିଚ୍ଛନ୍ନତା ପାଇଁ ଅନେକ ସଚେତନ ବାର୍ତ୍ତା ଦେଇଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.