om academy

ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୭ମ ବାର୍ଷିକୋତ୍ସବ ସାଧାରଣ ଅଧିବେଶନ

jsm
  • ସୁରେନ୍ଦ୍ର ସଭାପତି, ସୁଶୀଳ ସଂପାଦକ ଭାବେ ମନୋନୀତ

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ୭ମ ତ୍ରୟୋବାର୍ଷିକ ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ କର୍ମଚାରୀ ସମନ୍ୱୟ ସମିତି କମ୍ୟୁନିଟି ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସ୍ଥାୟୀ ସଭାପତି ସୁରେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଓ ଲଳିତ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଅନନ୍ତପ୍ରସାଦ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଅଶେଷ କର, ସୋନପୁର ପ୍ରାଣୀ ଚିକିତ୍ସାଳୟର ଉପନିର୍ଦ୍ଦେଶକ ଡ.ରମେଶଚନ୍ଦ୍ର ପଧାନ, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ହିମାଂଶୁ ଶେଖର ମହନ୍ତ, ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ପ୍ରତିନିଧି ପୁରୀ ଜିଲ୍ଲାର ସଭାପତି ଲଲାଟେନ୍ଦୁ ଦଳାଇ, ସୁବର୍ଣ୍ଣପୁର ଜିଲ୍ଲା ସଂଘର ପୂର୍ବତନ ସଭାପତି ଦେବକିଶୋର ଦାନୀ ଓ ମୁଖ୍ୟ ବକ୍ତା ଭାବରେ ସମନ୍ୱୟ ସମିତିର ସଂପାଦକ ଚିତ୍ତରଂଜନ ତରାସିଆ ଯୋଗ ଦେଇଥିଲେ । ଜିଲ୍ଲା ସଂଘର ସଂପାଦକ ଅଶ୍ୱିନୀ ପୁରୋହିତ ସଂପାଦକୀୟ ବିବରଣୀ ପାଠ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ସମସ୍ୟା ବିଷୟରେ ଆଲୋକପାତ କରିଥିଲେ । ବଲାଙ୍ଗିର, ବୌଦ୍ଧ, ନୟାଗଡ, ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତାମାନେ ସୁବର୍ଣ୍ଣପୁର ଜିଲ୍ଲା ସଂଘ ରାଜ୍ୟ ସଂଘକୁ ଦିଗଦର୍ଶନ ଦେବା ସହିତ ଏକ ଆଦର୍ଶ ସଂଗଠନରେ ପରିଣତ ହୋଇଥିବା କହିଥିଲେ । ଦ୍ୱିତୀୟ ଅଧିବେଶନରେ ଆଗାମୀ ୩ ବର୍ଷ ପାଇଁ ଜିଲ୍ଲା ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ଭାବରେ ସୁରେନ୍ଦ୍ର କୁମାର ମେହେର, ଉପସଭାପତି ଭାବରେ ଶ୍ୟାମଲାଲ ନାଗ, ସଂପାଦକ ଭାବରେ ସୁଶୀଳ କୁମାର ପଣ୍ଡା, କୋଷାଧ୍ୟକ୍ଷ ଭାବରେ ଲଳିତ କୁମାର ମେହେର ଓ ସଂଗଠନ ସଂପାଦକ ଭାବରେ ଅଶ୍ୱିନୀ ପୁରୋହିତ ପ୍ରମୁଖ ମନୋନୀତ ହୋଇଥିଲେ । ପ୍ରଦୀପ କୁମାର ନାଏକ ବୀରମହାରାଜପୁର ଓ ପ୍ରମୋଦ କୁମାର ମେହେର ସୋନପୁର ଉପଖଣ୍ଡ ପାଇଁ ବୁଥ୍‌ ଲିଡର ଭାବେ ମନୋନୀତ ହୋଇଥିଲେ ।

Leave A Reply

Your email address will not be published.