ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ସର୍ବପୁରାତନ ତଥା ଖ୍ୟାତିନାମା ଅର୍ଜନ କରିଥିବା ଟିଟିଲାଗଡ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟର ୫୮ତମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଅଶ୍ୱିନୀ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡର ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଯୁକ୍ତ ଦୁଇର ଅଧ୍ୟକ୍ଷ ଦେବଦତ୍ତ ଗୁରୁ, ବରଗଡ ପଞ୍ଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁ ଓ ମୁଖ୍ୟବକ୍ତା ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଉମେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ପ୍ରଥମେ ଅତିଥୀ ମାନଙ୍କୁ ଡିଏଭି ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ତଥା କର୍ମଚାରୀମାନେ ସ୍ୱାଗତ କରିବା ପରେ ଏନ୍ସିସି କ୍ୟାଡେଟ୍ମାନେ ଅଭିବାଦନ ଦେଇ ସଭା ପରିସରକୁ ପାଛୋଟି ନେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ବନ୍ଦନା କର । ପ୍ରଥମେ ଅତିଥୀଙ୍କ ପରିଚୟ ପ୍ରଦାନ କରି ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିଲେ । ତାପରେ ଦୟାନନ୍ଦ ସରସ୍ୱତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ୱଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥିଙ୍କୁ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହାପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ମହାବିଦ୍ୟାଳୟର ଉନ୍ନତି ତଥା ସରକାରଙ୍କ ଦ୍ୱାରା ବିଧାୟକ ପାଣ୍ଠି ଯୋଗାଇ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଜୈନ ଏହି ଡିଏଭି ମହାବିଦ୍ୟାଳୟର ଉନ୍ନତି ନିମନ୍ତେ ବିଧାନସଭାରେ ପ୍ରସ୍ତାବ ଦେଇଥିଲି ଫଳ ସ୍ୱରୂପ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହି ମହାବିଦ୍ୟାଳୟକୁ ପ୍ରଥମେ ଏକକୋଟି ଓ ପରେ ୧୩ କୋଟି ଅନୁଦାନ ଆଣିଥିବା ପ୍ରକାଶ କରିବା ସହ ଆଗାମୀ ଦିନରେ ଏହି ମହାବିଦ୍ୟାଳୟର ବିକାଶ ତଥା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଯୋଗାଇବାରେ ଯାହାବି ଦରକାର ଆମର ଡବଲ ଇଞ୍ଜିନର ସରକାର ମାଧ୍ୟମରେ ମୁଁ ଚେଷ୍ଟିତ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ବିଦ୍ୟାର୍ଥୀଙ୍କୁ କହିଥିଲେ ଯେ, ଆଜି ଆମେ ଯେଉଁ ମାଟିରେ ରହିଛୁ ସେଠାରେ ଧର୍ମବାଦୀ, ଶିକ୍ଷାବାଦୀ, ଈଶ୍ୱରବାଦୀ ହୁଅ ଏବଂ ସମାଜ ପାଇଁ ଏକ ଆଦର୍ଶ ହୋଇ ନିଜର ଭବିଷ୍ୟତ ଗଢି ତୋଳ, ତାହା ହିଁ ନିଜର ପିତାମାତା ତଥା ତୁମର ଗୁରୁମାନଙ୍କୁ ଏକ ଗୁରୁ ଦକ୍ଷିଣା ସଦୃଶ ହେବ ବୋଲି କହିଥିଲେ । ଏହି ଅବସରରେ କୃତିତ୍ୱ ଅର୍ଜନ କରି ମହାବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଥିବା ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ ସମାରୋହ ସରିବା ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱବାରା ଅତି ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା । ଶେଷରେ ଶ୍ରୀମତୀ ଅଳକା ମଲ୍ଲ ଧନ୍ୟବାଦ ଅର୍ପଣ କରିଥିଲେ ।