ଦିଲ୍ଲୀ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାର୍ଷିକ ଉତ୍ସବ ଯେକୌଣସି ଅନୁଷ୍ଠାନର ଉପଲବ୍ଧି ଓ ଆତ୍ମ ବିସ୍ଲେଷଣ ପାଇଁ ଆବଶ୍ୟକ ହୋଇଥାଏ । ଏହା ବିଦ୍ୟାର୍ଥୀ ମାନଙ୍କ ପାଇଁ ସମ୍ପୂର୍ଣ୍ଣ ଏକ ବର୍ଷର ଉପଲବ୍ଧି ଓ ବିଫଳତାକୁ ଅନୁଶୀଳନ କରିବାର ଏକ ସୁଯୋଗ ପ୍ରଦାନ କରିଥାଏ । ଅଭିଭାବକ ମାନଙ୍କ ପାଇଁ ଏହା ତାଙ୍କ ଶିଶୁର ପ୍ରତିଭାକୁ ଜାଣିବା ପାଇଁ ମଧ୍ୟ ଏକ ସୁଯୋଗ ସୃଷ୍ଟି କରିଥାଏ । ଏହି ଆଭିମୁଖ୍ୟ ନେଇ ଆଜି ସେଞ୍ଚୁରିଅନ ପବ୍ଲିକ ସ୍କୁଲ ପରିସରରେ ଦିଲ୍ଲୀ ପବ୍ଲିକ ସ୍କୁଲର କର୍ତ୍ତ୍ତୃପକ୍ଷ ବାର୍ଷିକ ଉତ୍ସବର ଆୟୋଜନ କରିଥିଲେ । ମୁଖ୍ୟ ଅତିଥି ଭାବରେ ସଇଁତଳା ବ୍ଲକର ବି.ଇ.ଓ ଦିଲ୍ଲୀପ କୁମାର ଯୋଶୀ ପୂର୍ବାହ୍ନ ୧୦ଟାରେ ଦୀପ ପ୍ରଜ୍ୱଳନ କରି ଉତ୍ସବର ଉଦଘାଟନ କରିଥିଲେ । ସେ ଛାତ୍ରଛାତ୍ରୀଙ୍କୁ ଆଗାମୀ ଭବିଷ୍ୟତ ପାଇଁ ପଥ ପ୍ରସ୍ତୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଉତ୍ସବଟି ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ନିର୍ଦେଶକ ଡ. ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ସମ୍ପାଦିତ ହୋଇଥିଲା । ଉତ୍ସବରେ ଡି. ପି.ଏସ୍‌ର ନିର୍ଦେଶକ ଅରୁଣ କୁମାର ମିଶ୍ର, ସହ ନିର୍ଦେଶିକା ଶ୍ରୀମତୀ ନୀଳିମା ପ୍ରିୟଦର୍ଶିନୀ ଷଡଙ୍ଗୀ, ଅଧ୍ୟକ୍ଷା ଶ୍ରୀମତୀ ସଞ୍ଜନା ବାଲି ଉପସ୍ଥିତ ରହି ଉତ୍ସବର ସଫଳ ପରିଚାଳନା ପାଇଁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିଲେ । ଅନ୍ୟୁନ ୧୬୦ ଜଣ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମଟିରେ ଅଂଶ ଗ୍ରହଣ କରି ବିଭିନ୍ନ ସାଂସ୍କୃତିକ ଓ ଶିକ୍ଷାମୂଳକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଇ କାର୍ଯ୍ୟକ୍ରମ ଗୁଡିକ ଛାତ୍ରଛାତ୍ରୀଙ୍କର ସୃଜନଶୀଳତା, ଆତ୍ମବିଶ୍ୱାସ ଓ କଳାତ୍ମକ ଦକ୍ଷତାକୁ ସଠିକ ଭାବରେ ପ୍ରଦର୍ଶିତ କରିଥିଲା । ଏହା ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଉତ୍ସବର ପୁରସ୍କାର ବିତରଣୀ ଉତ୍ସବରେ ବିଦ୍ୟାଳୟର ଶିବାଂଶୀ ଲୁହା ମିସ୍‌ ଡି.ପି.ଏସ୍‌ ଓ ଛାତ୍ର ଶ୍ରେୟାଂଶ ପଟେଲ ମିଷ୍ଟର ଡି.ପି.ଏସ୍‌ ଭାବରେ ତାଙ୍କର ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କୃତୀ ଓ ଉତ୍ତମ ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ର ଯୋଶୀ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ପ୍ରଦାନ ଓ ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଦ୍ୟାଳୟର ଅଭିନବ ପଦକ୍ଷେପ ପାଇଁ ଭୂୟଶୀସୀ ପ୍ରଶଂସା କରିଥିଲେ । ପରିଶେଷରେ ଧନ୍ୟବାଦ ସମାରୋହରେ ମୁଖ୍ୟ ଅତିଥି, ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ବାସ୍ତବରେ ବାର୍ଷିକ ଉତ୍ସବଟି ଆକର୍ଷଣୀୟ ଓ ଶିକ୍ଷଣୀୟ ହୋଇଥିଲା ।

Leave A Reply

Your email address will not be published.