ମହୁଡା ଭୈରବୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ଣପୁର ସନ୍ନିକଟ ମହୁଡାର ଭୈରବୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ଧନୁ ସେଠିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ନିଖିଳ ଉତ୍କଳ ଶିକ୍ଷକ ମହାସଙ୍ଘର ଅଧ୍ୟକ୍ଷ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୂ ମହାରଣା, ସମ୍ମାନୀତ ଅତିଥି ରୂପେ ମହୁଡା ଫାର୍ମାସିଷ୍ଟ ମହାବିଦ୍ୟାଳୟର ଆଧ୍ୟକ୍ଷ ଡ଼କ୍ଟର ଦେବାଶିଷ ପଣ୍ଡା, ମୁଖ୍ୟବକ୍ତା ରୂପେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ଜିଲ୍ଲା ବିଭାଗ ବିମର୍ଶ ସଂଯୋଜକ ରାମପ୍ରସାଦ ପଟ୍ଟନାୟକ, ଗଞ୍ଜାମର ବିଶିଷ୍ଟ କଣ୍ଠଶିଳ୍ପୀ ମନୋଜ କୁମାର ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ସୁଦେଷ୍ଣା ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନେ ମାତା, ପିତା ଓ ଗୁରୁ ମାନଙ୍କୁ ଭକ୍ତି କରି ଏବଂ ନିର୍ଦ୍ଧିଷ୍ଟ ଲକ୍ଷ ନେଇ ଅଧ୍ୟୟନ କଲେ ଭବିଷ୍ୟତରେ ଭଲ ମଣିଷ ହୋଇ ସମାଜରେ ଆଦୃତ ହୋଇପାରିବ ବୋଲି ପ୍ରକାଶ କରିଥିଲେ । ପ୍ରରାମ୍ଭରେ ଅତିଥିମାନେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଉଦ୍ଧବ ବିଶୋଇଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବରିଷ୍ଠ ଶିକ୍ଷକ ସୁଦର୍ଶନ ମଣ୍ଡଳ ବିଦ୍ୟାଳୟ ବିବରଣୀ ପ୍ରଦାନ କରି ସଭା ସଂଯୋଜନା କରିଥିଲେ । ଶିକ୍ଷୟିତ୍ରୀ ମିନତୀ ନାୟକ, ସୁନନ୍ଦା ମଧୁସ୍ମିତା କଁଅର, ବିଷ୍ଣୁପ୍ରିୟା ସାହୁ, ଶିକ୍ଷକ ଆଶିଷ କୁମାର ପାଢ଼ୀ, ନିଶିଥ କୁମାର ପ୍ରଧାନ, ଲାଲମୋହନ ନାହାକ, ବିଜୟ ଲଷ୍ମୀ ପ୍ରଧାନ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅତିଥିମାନେ କୃତୀ ପ୍ରତିଯୋଗଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ବିତରଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯଇଥିଲା ।

Leave A Reply

Your email address will not be published.