ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଜିବି ଛତାମନା ଦ୍ୱାରା ପ୍ରୟୋଜିତ ପୁଇଁନ୍ତଲା ବ୍ଲକ ବିନୋବା ଉଚ୍ଚ ବିଦ୍ୟାଳୟ, ଛତାମଖନାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶକ୍ତିବାଇ ପଣ୍ଡା ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ ପୁଇଁନ୍ତଲା ରତ୍ନାମୟୀ ପୁରୋହିତ ତଥା ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବ୍ଲକ ଶିକ୍ଷା ଅଧିକାରୀ, ବଲାଙ୍ଗିର ନୀଳମଣି ପଟେଲ, ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ଶୁଭ୍ରାଂଶୁ ଶେଖର ପଣ୍ଡା, ସରପଂଚ ଅଞ୍ଜଳି ବାଗ, ଓଜିବି ଖତାମଖନାର ବ୍ରାଞ୍ଚ ମ୍ୟାନେଜର ପ୍ରମୁଖ ମଂଚାସୀନ ଥିଲେ । ଏହି ଉତ୍ସବରେ ସହକାରୀ ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ପଧାନ ମଂଚ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ଯଶୋବନ୍ତୀ କୁମ୍ଭାର ପୁରସ୍କାର ବିତରଣ କାର୍ଯ୍ୟକୁ ଆଗେଇ ନେଇଥିଲେ । ଶେଷରେ ହିନ୍ଦୀ ଶିକ୍ଷୟିତ୍ର ନିରୁ କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ପ୍ରତ୍ୟେକ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
Next Post