ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଚଲକି ପଞ୍ଚାୟତ କର୍ଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ “ଆୟାମ” ଶୁକ୍ରବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦଙ୍କ ବ୍ଲକ ପ୍ରତିନିଧି ଶ୍ରୀବତ୍ସ ବେହେରା, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ଚଲକି ସରପଞ୍ଚ ମମତା ପ୍ରଧାନୀ, ଏବିଇଓ କୈଳାଶ ଚନ୍ଦ୍ର ଭୋଇ, କାନ୍ତାରାମ ଧରୁଆ, ରଞ୍ଜନ ଚାନ୍ଦ, ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ବୁଡ଼େକ, ସ୍କୁଲ ପରିଚାଳନା କମିଟି ସଭାପତି ଛବି ବାଗ, ସିଆରସିସି ଲିଲୁମୋହନ ପଧାନ ଯୋଗଦେଇ ଅଗଣିତ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ କର୍ମମୟ ଜୀବନର ସଫଳତା ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ବାର୍ଷିକ ଖେଳ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ଶିକ୍ଷକ ସୁଧାଂଶୁ ଶେଖର ମିଶ୍ର ମଞ୍ଚ ପରିଚାଳନା କରିଥିଲାବେଳେ ବରିଷ୍ଠ ଶିକ୍ଷକ ଉମେଶ ମାଝି ବାର୍ଷିକ ବିବରଣୀ ପଠନ କରିଥିଲେ । ଉତ୍ସବରେ ଶିକ୍ଷକ ଶିକ୍ଷୟିତ୍ରୀ ଦିବ୍ୟକାନ୍ତି ଭୁଏ, ବିନୋଦିନୀ ନାୟକ, ବିକାଶ ସାହୁ, ରିଚପାଲ କୁଅଁର, ଦେବାଶିଷ ବାଗ, ସୁଜିତ ମନହିରା, ଗୋବିନ୍ଦ ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ “ ବିଚିତ୍ରା” ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ହେମନ୍ତ କୁମାର ଛତ୍ରିଆ ପରିଚାଳନା କରିଥିଲେ ।