ଡୁଙ୍ଗୁରିପାଲି/ଏସ.ରାମପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ସରସ୍ୱତୀ ଶିଶୁ ମନ୍ଦିର ଗଜବନ୍ଧର ବାର୍ଷିକ ଉତ୍ସବ ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ପ୍ରଶାନ୍ତକୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିଥିଲେ । ଛାତ୍ରୀମାନେ ଫୁଲତୋଡ଼ା, ଉତ୍ତରୀୟ ଓ ବ୍ୟାଚ ପ୍ରଦାନ ପୂର୍ବକ ସ୍ୱାଗତ ସଂଗୀତ ଗାନ କରି ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନରେ ସଫଳ ହେବା ପାଇଁ କଠୋର ପରିଶ୍ରମ ଓ ଅଧ୍ୟବସାୟର ମାର୍ଗ ଆପଣେଇବାକୁ ଛାତ୍ରଛାତ୍ରୀ ତତ୍ପର ହେବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ଶିକ୍ଷା ବିକାଶ ସମିତିର ପ୍ରାକ୍ତନ ସୁବର୍ଣ୍ଣପୁର ଜିଲ୍ଲା ପ୍ରମୁଖ ପ୍ରଦୀପ କୁମାର ପୁରୋହିତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷାନୁଷ୍ଠାନର ସମ୍ମାନ ବଢାଇବା ସହ ଆଦର୍ଶ ମଣିଷ ହେବା ପାଇଁ ଛାତ୍ରଛାତ୍ରୀମାନେ ପ୍ରଚେଷ୍ଟାରତ ରହିବାକୁ ପ୍ରେରଣା ଦେଇଥିଲେ । ବିଦ୍ୟାଳୟ ପରିଚାଳନା ସମିତି କୋଷାଧ୍ୟକ୍ଷ ଭାଗିରଥି ମେହେର ବାର୍ଷିକ ବିବରଣୀ ପଠନ କରିବା ସହ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଆଚାର୍ଯ୍ୟା ଗାୟତ୍ରୀ ପଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଗୁରୁମା ପ୍ରିୟଙ୍କା ମାଝୀ ପୁରସ୍କାର ବିତରଣୀ ଓ ସମ୍ବର୍ଦ୍ଧନା ଉତ୍ସବ ପରିଚାଳନା କରିଥିବା ବେଳେ ଗୁରୁଜୀ ଗୌତମ ଭୋଇ, କପିଲେଶ୍ୱର ପାଣ୍ଡେ, ଶତ୍ରୁଘ୍ନ ସାହୁ, ଲିଙ୍ଗରାଜ ପୁଟେଲ, ଅମିତ ରଣା,ବାଙ୍କା ମହାକୁର, ଗୁରୁମା ଅନୁପମା ରାୟ, ମମତା ବିଶି, ଚନ୍ଦନା ଦଣ୍ଡସେନା, କୌଶଲ୍ୟା ବଢ଼େଇ, ଲିଳିମା ସାହୁ, ନୀଳାବତୀ ଥପା, ସଉକି ନାଏକ, ସେଲୋନୀ କର୍ଣ୍ଣ, ମାନସୀ ମାଝୀ, ବେଦମତୀ ଦନ୍ତାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଗୀତ, ନାଚ, ଅଭିନୟରେ ଅଂଶଗ୍ରହଣ କରି ପ୍ରତିଭା ପ୍ରଦର୍ଶନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ପିତାମ୍ବର ପାଣ୍ଡିଆ, ପୂର୍ବରୁ ଶିଶୁମନ୍ଦିରରେ କାର୍ଯ୍ୟ କରିଥିବା ସମସ୍ତ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ ପୁରୋହିତ, ଡୋଳାମଣୀ ସାହୁ, ବିଶ୍ୱନାଥ ବଡ଼ପଣ୍ଡା, ସଂକୁଳ ପ୍ରମୁଖ ବଳରାମ ପଧାନ, ଅନ୍ୟ ଅତିଥି ଓ ବିଗତ ଦିନରେ ବିଭିନ୍ନ ବୃତ୍ତି ଓ ନବୋଦୟ ପାଇଥିବା ଛାତ୍ରଛାତ୍ରୀ ଓ ତାଙ୍କ ଅବିଭାବକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟନାଟିକା ଗୁଡିକ ଦର୍ଶକଙ୍କ ମନ ମୋହିଥିଲା । ସମସ୍ତ ଅବିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ଓ କର୍ମଚାରୀ ସହଯୋଗ କରିଥିଲେ । ପରିଚାଳନା ସମିତି ସମ୍ପାଦକ ଡୋଳାମଣି ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।