ମଣିମାଣିକର ୪୯ ତମ ବାର୍ଷିକ ଉତ୍ସବ : ଏଥର ହେବନି ଶିଶୁ ସମାବେଶ, ପ୍ରତିଯୋଗିତା

କଟକ, (ଚକ୍ରବର୍ତ୍ତୀ ଓତା) : ଓଡିଶାର ବହୁ ପରିଚିତ ଓ ପୁରାତନ ଶିଶୁ ଅନୁଷ୍ଠାନ “ମଣିମାଣିକ”ର ୪୯ ତମ ବାର୍ଷିକ ଉତ୍ସବ, ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ପ୍ରଦାନ କାର୍ୟ୍ୟକ୍ରମ ଆସନ୍ତା ଫେବୃଆରୀ ୧୩ ତାରିଖ ଶନିବାର ଦିନ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହେବ । କରୋନା ମହାମାରୀ, କୋଭିଡ କଟକଣା ଓ ଶିଶୁମାନଙ୍କ ସ୍ବାସ୍ଥ୍ୟଗତ ବିଷୟକୁ ଦୃଷ୍ଟିରେ ରଖି ଏଥର ଶିଶୁ ସମାବେଶ କିମ୍ବା କୌଣସି ପ୍ରତିଯୋଗିତା କରାଯିବ ନାହିଁ ବୋଲି ଅନୁଷ୍ଠାନର ସମ୍ପାଦକ ଜୀବନାନନ୍ଦ ଅଧିକାରୀ ସୂଚନା ଦେଇଛନ୍ତି । ସବୁ ବର୍ଷପରି ଏବର୍ଷ ମଧ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ମାନଙ୍କୁ ମଣିମାଣିକ ରାଜ୍ୟସ୍ତରୀୟ ସମ୍ମାନ ଓ ରାଜ୍ୟର ଜଣେ ଶିଶୁ ପ୍ରତିଭାଙ୍କୁ ମଣିମାଣିକ ରାଜ୍ୟସ୍ତରୀୟ ଶିଶୁ ଗୌରବ ସମ୍ମାନ ପ୍ରଦାନ କରାଯିବ ଏବଂ ଶିଶୁ ପ୍ରତିଭା ବିକାଶ ସମ୍ମିଳନୀ, ଆଲୋଚନା ଚକ୍ର,ବାର୍ଷିକ ସଂଖ୍ୟା ଉନ୍ମୋଚନ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ମଣିମାଣିକ ଦ୍ୱାରା ଆୟୋଜିତ ଶିଶୁ କବିତା ପାଠୋତ୍ସଵ ଖୁବ ଶୀଘ୍ର ୱେବ ପ୍ଲାଟଫର୍ମରେ ସମ୍ପାଦିତ ହେବ । ସୂଚନାଯୋଗ୍ୟ ଯେ, ପ୍ରଖ୍ୟାତ ସାହିତ୍ୟିକ ସ୍ବର୍ଗତଃ ପରମାନନ୍ଦ ଅଧିକାରୀ ଙ୍କ ଦ୍ଵାରା ପ୍ରତିଷ୍ଠିତ ଏହି ପୁରାତନ ଅନୁଷ୍ଠାନର ପ୍ରଥମ ସଭାପତି ଜଷ୍ଟିସ ରଙ୍ଗନାଥ ମିଶ୍ର ଓ ସହ ସମ୍ପାଦକ ଭଜନ ସମ୍ରାଟ ଭିକାରୀ ବଳ ଥିଲେ ।

Leave A Reply

Your email address will not be published.