ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ପଞ୍ଚାୟତ ସଦର ମହକୁମାଠାରେ ଥିବା ସମଲେଶ୍ଵରୀ ଶିଶୁମନ୍ଦିରର ୧୨ତମ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଶିଶୁମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଲେଖ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ମୁଖ୍ୟବକ୍ତା ରୂପେ ମାଳିଶିରା ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ବାଗ, ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଇଡକୋ କନିଷ୍ଠ ପରିଚାଳକ ଆଲୋକରଞ୍ଜନ ବାଇ, ବିଧାୟକଙ୍କ ବ୍ଲକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ସମଲେଶ୍ଵରୀ ଶିକ୍ଷା ସଂସ୍ଥାନର ଜିଲ୍ଲା ସଂଯୋଜକ କୃପାସିନ୍ଧୁ ପୁଟେଲ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ପୁଟେଲ, ୨୯ ନଂ ଜୋନ୍ ବିଜେପି ମଣ୍ଡଳ ସଭାପତି ସୁବାସ ପୋଡ଼, ୨୮ନ ଜୋନ୍ ସଭାପତି ପ୍ରଦୀପ ବଛା, ବିଜେପି ନେତା ଈଶ୍ୱର ପୁଟେଲ, ବିଟାବନ୍ଧ କ୍ଲଷ୍ଟର ସିଆର୍ସିସି ଲକ୍ଷପତି ହରପାଲ ଓ ଏନ୍ଜିଓ ସଂଯୋଜକ ଦିପ୍ତିମୟୀ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଥମେ ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥିଙ୍କ ଅଭିଭାଷଣ ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଶିଶୁ ମନ୍ଦିରର କୁନିକୁନି ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଶିଶୁମନ୍ଦିର ଆଚାର୍ଯ୍ୟ ତରଙ୍ଗ ରଣା ପରିଚାଳନା କରିଥିବା ବେଳେ ପରିଚାଳନା କମିଟି ସମ୍ପାଦକ ଅଗସ୍ତି ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପାଣ୍ଡେଙ୍କ ସମେତ ଶିଶୁମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ପରିଚାଳନା ସମିତିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
Next Post