ଦର୍ଲିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଅଧିନସ୍ଥ ଦର୍ଲିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନିତ ଅତିଥି ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧଳେନ୍ଦ୍ର କୁମାର ବାରିକ, ମାଣ୍ଡୋସିଲ ସରପଞ୍ଚ ଓମପ୍ରକାଶ ନାୟକ, ସମିତି ସଭ୍ୟ ଗୁଲାମ ରଙ୍ଗରେଜ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବସୁଦେବ କୁମ୍ଭାର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗଦୀଶ ନାୟକ, ମୁଖ୍ୟବକ୍ତା ମାଲପଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସନ୍ତୋଷ ମେହେର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୀଳମଣି ଜଗତ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ସହକାରୀ ଶିକ୍ଷକ ସରଜୁ ପ୍ରସାଦ ବାରିକ ମଞ୍ଚ ପରିଚାଳନା କରିଥିଲେ । ଅତିଥିଗଣ ସ୍କୁଲର ଛାତ୍ରଛାତ୍ରୀ ଓ ଅନୁସଙ୍ଗିକ ବ୍ୟବସ୍ଥାର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ୩୦ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ସୁଦାମ କନ୍ଧେର ଓ ସମ୍ପଦ ନାୟକଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବସୁଦେବ କୁମ୍ଭାର ସମସ୍ତ ଅତିଥି, ଅଭିଭାବକ ଓ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଭଗବାନ ମାଝୀ, ପଦୁ ଧରୁଆ, ଅଶ୍ୱିନୀ ନାୟକ, ଭରତ ଧରୁଆ, ଦେବେନ୍ଦ୍ର ବର୍ହା, ସସ୍ମିତା ମାଝୀ, ଗୋମତୀ ଧରୁଆଙ୍କ ସମେତ ସମସ୍ତ ଦର୍ଲିପଡା ଗ୍ରାମବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.