oom

ଡୁଡୁକାଶିରା ଠାରେ ଇଲେକ୍ଟ୍ରୋନିକସ ସଂଘ ଓଡିଶା ପକ୍ଷରୁ ବାର୍ଷିକ ସମ୍ମିଳନୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ଇଲେକ୍ଟ୍ରୋନିକସ ସଂଘର ବାର୍ଷିକ ସମ୍ମିଳନୀ ବଲାଙ୍ଗିର ନିକଟସ୍ଥ ଡୁଡୁକାଶିରା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟତଃ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲା ତଥା – ସମ୍ବଲପୁର, ସୋନେପୁର, ଅନୁଗୁଳ, କଳାହାଣ୍ଡି, ବୌଦ୍ଧ, ଦେବଗଡ, ବ୍ରହ୍ମପୁର ଓ ସୁନ୍ଦରଗଡ ଜିଲ୍ଲାରୁ ଟେକନିସିଆନ ପ୍ରତିନିଧିମାନେ ଯୋଗଦାନ କରିଥିଲେ । ଏହି ବାର୍ଷିକ ସମ୍ମିଳନୀ ସଭାରେ ସଂଘର ସଭାପତି ବସନ୍ତ କୁମାର ଶତପଥି ସଭାପତିତ୍ୱ କରିଥିଲେ ଏବଂ ତାଙ୍କର ସ୍ୱାଗତ ଭାଷଣରେ ସମସ୍ତଙ୍କୁ ସ୍ୱାଗତ କରିବା ସଂଗେ ସଂଗେ, ଆଗମୀ ଦିନରେ ସଂଘର ସମସ୍ତ ସଦସ୍ୟ କିପରି ତାଲିମ ପାଇପାରିବେ ଏବଂ ସମସ୍ତଙ୍କର ଜୀବନ ବୀମା କରିବା ଆଦି କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ କରିଥିଲେ । ଉକ୍ତ ସମ୍ମିଳନୀରେ ବଲାଙ୍ଗିରର ଯୁବନେତା ଅର୍କେଷ୍ ନାରାୟଣ ସିଂହଦେଓ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମନୋଜ ମିଶ୍ର ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ସଂଘର ଉନ୍ନତି ସକାଶେ ଆଗମୀ ଦିନରେ ସମସ୍ତ ପ୍ରକାର ସହଯୋଗ କରିବା ସକାଶେ ପ୍ରତିଶୃତି ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ସମସ୍ତଙ୍କୁ ସଂଘର ସାର୍ଟିଫିକେଟ ଓ ବ୍ୟାଚ ପ୍ରଦାନ କରିଥିଲେ । ପରେ ସଂଘର ଉପ ସଭାପତି ରାଜେଶ ପଧାନ ଓ ସମ୍ପାଦକ ନିଳାମ୍ବର ହୋତା ନିଜର ବକ୍ତବ୍ୟ ରଖିଥିଲେ ଓ ଅନ୍ୟ ସଦସ୍ୟ ମଧ୍ୟ ସଂଘର ସୁଧରୂଢ଼ ସକାଶେ ନିଜର ମତାମତ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସକାଶେ ସଂଘର ମୁଖ୍ୟ କର୍ମକର୍ତା ସତ୍ୟବାନ ଦାସ, ଉତ୍ତମ ମିଶ୍ର, ସୁଶାନ୍ତ କୁମାର ମିଶ୍ର, ବିରଜା ମିଶ୍ର, ନାରାୟଣ ସାହୁ, ଝସକେତନ ବିଶ୍ୱାଳ, ବିକାଶ ସାହୁ, ଦେବରାଜ, ଚିତ୍ତରଞ୍ଜନ ମେହେର, ବିକାଶ ସିଂହ, ନିଲମ୍ବର ହୋତା, ସୁଧୀର ସାହୁ, ସୁନୀଲ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.