ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ୬୨ତମ ସାଧାରଣ ବାର୍ଷିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ର ସମବାୟ ସମିତି ବ୍ୟାଙ୍କର ସଭାପତି ସ୍ମାରକ ରଞ୍ଜନ ମିଶ୍ର ସଭାପତିତ୍ୱ କରିଥିଲେ । ତାଙ୍କ ସହିତ ବ୍ୟାଙ୍କର ସମ୍ପାଦକ, ପରିଚାଳନା ମ୍ୟାନେଜର, ଡିଆର୍ସିଏସ୍, ଡିଡିଏମ୍ ନାବାର୍ଡ ଏବଂ ଡାଇରେକ୍ଟର ମାନେ ମଞ୍ଚାସୀନ ଥିଲେ । ଦ୍ଵୀପ ପ୍ରଜ୍ଜ୍ୱଳନ ପରେ ମଞ୍ଚାସୀନ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହା ପରେ ସଭାପତି ସ୍ମାରକ ରଞ୍ଜନ ମିଶ୍ର ତାଙ୍କର ବକ୍ତବ୍ୟ ରଖି ବିଗତ ବର୍ଷର ସମସ୍ତ ପ୍ରକାର ହିସାବ କିତାବ ଉପସ୍ଥାପନ କରିଥିଲେ । ଧାନ କିଣା ଟଙ୍କା ଯେମିତି ଚାଷୀଙ୍କୁ ତୁରନ୍ତ ପ୍ରଦାନ କରାଯାଇପାରିବ ସେନେଇ ବିଶଦ ଭାବରେ ଆଲୋଚନା ହୋଇଥିଲା । ସେହିଭଳି ଚାଷୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା ଏବଂ କିଛି ନୀତି ପରିବର୍ତ୍ତନ କରିବାକୁ ପ୍ରସ୍ତାବ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସମବାୟ ସମିତି ବ୍ୟାଙ୍କର କାର୍ଯ୍ୟକର୍ତ୍ତା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।
Next Post