jayashree

ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ କ୍ରୀଡା ମହୋତ୍ସବ

ମ.ରାମପୁର, (ପି.କେ. ସାହୁ) : ଓଡ଼ିଶା ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ମଦନପୁର ରାମପୁରର ୩୩ତମ ବାର୍ଷିକ କ୍ରୀଡା ମହୋତ୍ସବ ଗତ ୦୨.୧୨.୨୪ ରିଖ ସୋମବାର ଦିନ ସକାଳ ୯ଟା ସମୟରେ ମୁଖ୍ୟ ଅତିଥି ଦିବ୍ୟରଞ୍ଜନ ଲେଙ୍କା ସହକାରୀ ପଶୁଧନ ଚିକିତ୍ସା ଅଧିକାରୀ ମ.ରାମପୁର ଦୀପ ପ୍ରଜ୍ୱଳନ କରି ବାର୍ଷିକ କ୍ରୀଡାକୁ ଶୁଭ ଉଦ୍‌ଘାଟନ କରିଥିଲେ । ଏହି କ୍ରୀଡା ସମାରୋହରେ ଶିଶୁ ବାଟିକା ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସର୍ବମୋଟ ୫୬୩ ଜଣ ଭାଇ ଭଉଣୀ ମୋଟ ୬୨ଟି ଖେଳରେ ଭାଗ ନେଇ କୃତିତ୍ୱ ପ୍ରତିପାଦିତ କରିଛନ୍ତି । ଏହାକୁ ୫ଟି ବିଭାଗରେ ଭାଗ କରାଯାଇଥିଲା । ଏଥିରେ ଦୌଡ଼, ଗୋଳା ଫିଙ୍ଗା, ଥାଳିଆ ଫିଙ୍ଗା, ଲମ୍ବଡିଆଁ, ଉଚ୍ଚଡିଆଁ, ଗୀତ ଚୌକି, ପୁଚି, ପଦବେଶ ଦୌଡ଼, ଦଉଡ଼ି ଡିଆଁ, ଧିର ସାଇକେଲ ଚାଳନା ଓ ଅଖା ଦୌଡ଼ ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା । ଆଜି ମଙ୍ଗଳବାର ଅପରାହ୍ନରେ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ସମାଜସେବୀ ତଥା ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଶ୍ରୀମତୀ ସୁଜାତା ଆଚାରୀ, ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟି ଉପଦେଷ୍ଟା ରଜନୀ କାନ୍ତ ମହାଖୁଡ, ସଭାପତି ବେଣୁଧର କୁମାର ଓ ପ୍ରଧାନ ଆଚାର୍ଯ୍ୟ ଡ. କିଶୋର ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ପ୍ରଧାନ ଆଚାର୍ଯ୍ୟ ସଂଯୋଜନା କରିଥିଲେ ଏବଂ ମୁଖ୍ୟ ଅତିଥି ପ୍ରକାଶ ଚନ୍ଦ୍ର ସାହୁ ଦୀପ ପ୍ରଜ୍ୱଳନ କରି ପୁରସ୍କାର ବିତରଣ ସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେବା ସହିତ ଛାତ୍ର ଜୀବନରେ କ୍ରୀଡାର ଆବଶ୍ୟକତା, ପ୍ରତିଯୋଗୀ ମନୋଭାବ ପୋଷଣ ଓ କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଉତ୍ସାହିତ କରିଥିଲେ । ମଞ୍ଚାସୀନ ଅତିଥି ମାନେ ନିଜ ନିଜ ଅଭିଭାଷଣ ଦେବା ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଉକ୍ତ ଦୁଇଦିନିଆ କ୍ରୀଡା ମହୋତ୍ସବରେ ଶିଶୁ ମନ୍ଦିରର ସମସ୍ତ ଗୁରୁମା ଓ ଗୁରୁଜୀ ସକ୍ରିୟ ସହଯୋଗ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ୩୩ତମ ବାର୍ଷିକ କ୍ରୀଡା ପତାକା ଅବତରଣ କରାଯାଇ ପ୍ରଧାନ ଆଚାର୍ଯ୍ୟଙ୍କୁ ସମର୍ପଣ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସୂର୍ଯ୍ୟସେନ ମହାଖୁଡ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଭାରତ ମାତା କି ଜୟ ଧ୍ୱନି ଦେଇ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା ।

Leave A Reply

Your email address will not be published.