ବର୍ଷା ଜଳ ଅମଳ ଓ ଭୂତଳ ଜଳ ଭରଣ ସମ୍ପର୍କିତ ତାଲିମ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଟେର୍ଚ୍ଚାପଲାଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ବୁଧବାର ବର୍ଷା ଜଳ ଅମଳ ଓ ଭୂତଳ ଜଳ ଭରଣ ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସାଧନ କର୍ମୀ ଭାବେ ଦେବେନ୍ଦ୍ର ମହାଲିଙ୍ଗ ଯୋଗଦେଇ ବର୍ଷାପାଣିକୁ କିପରି ସଠିକ୍‌ ବ୍ୟବହାର କରାଯାଇ ପାରିବ ସେ ଉପରେ ବିଭିନ୍ନ କୌଶଳଗୁଡିକ ଉପରେ ଆଲୋଚନା କରିଥିଲେ । ଏଥିରେ ବିଭିନ୍ନ ଗାଁରୁ ତିରିଶରୁ ଅଧିକ ପୁରୁଷ ମହିଳା ଚାଷୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ସାହୁ, ସାମନ୍ତ ଦୀପ, ନନ୍ଦି କିଶୋର ମାଝୀ, ଗୋପୀନାଥ ମାଝୀ, ଆକାଶୀ ମାଝୀ, ଦୀପ୍ତିରେଖା ମାଝୀ, ଦେବଶ୍ରୀ ମାଝୀ, ପୁଷ୍ପା ଭୋଇ, ସସ୍ମିତା କୁମାର, ପ୍ରତିମା ଜାଲ, ଦିବ୍ୟା ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.