
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଡେଲାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସର ବର୍ଷା ଜଳରେ ଉବୁଟୁବୁ ଯାହା ଫଳରେ ରୋଗୀଙ୍କ ସେବାରେ ବ୍ୟାହତ ହେଉଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ତିନିଦିନ ଧରି ପ୍ରବଳ ବର୍ଷା ଫଳରେ ଡେଲାଙ୍ଗ ବଜାରର ମୁଖ୍ୟରାସ୍ତାଠାରୁ ଡେଲାଙ୍ଗ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଖାଲୁଆ ଅଞ୍ଚଳରେ ରହିଥିବାରୁ ବଜାରର ସମସ୍ତ ବର୍ଷା ଜଳ ଓ ଅଳିଆ ଆବର୍ଜନା ମେଡିକାଲ ଭିତରକୁ ପ୍ରବେଶ କରୁଛି । ଯାହାଫଳରେ ମେଡିକାଲ ପରିସରରେ ଜଳମଗ୍ନ ସହ ଦୁଇପୁଟ ଉଚ୍ଚରେ ପାଣି ଲହଡି ମାରୁଛି । ଯାହାକି ରୋଗୀ ସେବା ଓ ରୋଗୀ ଯାତାୟତରେ ବ୍ୟାହତ ଘଟିଛି । ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ଓ ମେଡିକାଲ ପରିସରକୁ ଉଚ୍ଚା କରାଗଲେ ଏଭଳି ଅସୁବିଧା ହେବ ନାହଁ ବୋଲି କିଛି ବୁଦ୍ଧିଜୀବୀ କହିଛନ୍ତି । ମେଡିକାଲର ଉନ୍ନତିକରଣ ପାଇଁ ଆର୍ଥିକ ବ୍ୟୟ ବରାଦ ହେଉଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।