jayashree

ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ବରିଷ୍ଠ ନାଗରିକଙ୍କୁ ଟୀକାକରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ପରିସର ମଧ୍ୟରେ ବରିଷ୍ଠ ନାଗରିକ ମାନଙ୍କର କରୋନା ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଟୀକାକରଣ କାର୍ଯ୍ୟକ୍ରମରେ ପଦ୍ମପୁର ସହରାଞ୍ଚଳର ବରିଷ୍ଠ ନାଗରିକ, ଓକିଲ ସଂଘର ବରିଷ୍ଠ ସଦସ୍ୟ ପ୍ରମୁଖଙ୍କୁ ଟୀକାକରଣ କରାଯାଇଥିଲା । ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏହି ଟୀକାକରଣ ନିରୀକ୍ଷଣ କରିଥିଲେ । ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶାବଳୀ ଅନୁସାରେ ଏହି ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଉପଖଣ୍ଡ ଚିକିତ୍ସାଧିକାରୀ ଡଃ ତହସିଲ ସାହୁ ପ୍ରତ୍ୟକ୍ଷ ତ‌ତ୍ୱାବଧାନରେ ଅନୁଷ୍ଠିତ ଏହି ଟୀକାକରଣ କାର୍ଯ୍ୟକ୍ରମରେ ଚିକିତ୍ସାଳୟର ‌ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.