oom

ବରିଷ୍ଠ ନାଗରିକ ସଂଘର ନୂଆଁଖାଇ ଭେଟଘାଟ

jsmm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ସ୍ମାରକ କ୍ଲବ ଗୋବିନ୍ଦପାଲି ଠାରେ ବରଗଡ଼ ଜିଲ୍ଲା ସଂଗ୍ରାମୀ ବରିଷ୍ଠ ନାଗରିକ ସଂଘ (ଫେଡେରେସନ)ର ତରଫରୁ ଗତକାଲି ନୂଆଁଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁକମୁନି କଠାରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସଂଯୁକ୍ତ ଯୁବ ସଂଗଠନର ସମ୍ପାଦକ ତଥା ଶାନ୍ତି ତପୋବନର ମୁଖ୍ୟ ଦେବଦତ୍ତ ତ୍ରିପାଠୀ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ସାଗର ଗଡତିଆ ଯୋଗଦେଇଥିବା ବେଳେ ନାଗରିକ ସଂଘର ସମ୍ପାଦକ ତଥା ଅବସର ପ୍ରାପ୍ତ ଅଧ୍ୟାପକ ସୁରେଶ କୁମାର ସାହୁ ଅତିଥି ପରିଚୟ ଓ ସ୍ୱାଗତ ସଂଭାଷଣ ପ୍ରଦାନ କରିଥିଲେ । ଏହାପରେ ବରିଷ୍ଠ ନାଗରିକ ସଂଘର ଦିବଂଗତ ସଭ୍ୟ ମାନଙ୍କର ଆତ୍ମା ଶାନ୍ତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ଉତ୍ସବରେ ବରଗଡ଼, ଭଟଲି, ଗାଏସିଲଟ, ଅମ୍ବାଭୋନା ବ୍ଲକ ଓ ବରଗଡ ପୌରପାଳିକାରୁ ବହୁ ବରିଷ୍ଟ ନାଗରିକ ଯୋଗଦେଥିଲେ ।

jittmm
Leave A Reply

Your email address will not be published.