jayashree

ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ପାଣିଗ୍ରାହୀଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ହନୁମାନ ପଡା ନିବାସୀ ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ପାଣିଗ୍ରାହୀଙ୍କ ଆଜି ସକାଳେ ନୂଆପଡ଼ା ସ୍ଥିତ ହସ୍ପିଟାଲରେ ୮୦ ବର୍ଷ ବୟସରେ ପରଲୋକ ଘଟିଛି । ପାଇକମାଲ ବ୍ଲକ ଅନ୍ତର୍ଗତ ତୁମରିପାଏନ୍ ଗାଁରେ ଜନ୍ମିତ ସ୍ୱର୍ଗତ ପାଣିଗ୍ରାହୀ ସତୁରି ଦଶକରେ ପଦ୍ମପୁରକୁ ନିଜର କର୍ମଭୂମି ଭାବେ ବାଛି ନେଇଥିଲେ । ଜଣେ ଦକ୍ଷ ଆଇନଜୀବୀ ଭାବେ ତାଙ୍କର ବେଶ୍ ନାଁ ଥିଲା । ସେ କିଛି ବର୍ଷ ବାର ଆସୋସିଏସନର ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲେ । ବିଜୁ ଜନତା ଦଳର ଜଣେ ସକ୍ରିୟ ସଭ୍ୟ ଭାବେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଥିଲେ । ଆଇନ ବ୍ୟବସାୟ ଓ ରାଜନୀତି ସହିତ ସେ ଅନେକ ସାମାଜିକ ସଂଗଠନ ସହିତ ମଧ୍ୟ ଯୋଡି ହୋଇଥିଲେ । ତାଙ୍କର ମରଶରୀର ନିଜ ବାସଗୃହକୁ ପହଞ୍ଚିବା ପରେ ଅନେକ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ସେ ତାଙ୍କ ପଛରେ ବିଧବା ପତ୍ନୀ, ପୁଅ ବୋହୁ, ଦୁଇ ଝିଅ, ଦୁଇ ଜ୍ୱାଇଁ, ନାତି ନାତୁଣୀଙ୍କ ସମେତ ଆତ୍ମା ସ୍ୱଜନକୁ ଛାଡି ଚାଳି ଯାଇଛନ୍ତି । ସହରର ସ୍ୱର୍ଗଦ୍ୱାରରେ ତାଙ୍କର ମର ଶରୀରକୁ ଦାହ କରାଯାଇଥିଲା । ଏକ ମାତ୍ର ପୁତ୍ର ବାଳ ଗୋପାଳ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ସହରରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.